ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବୃହତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ହେବା ଦ୍ୱାରା ପ୍ରାୟ ୪୧ଟି ଗ୍ରାମ ପ୍ରଭାବିତ ହେବେ। ଭିଟାମାଟି ହରାଇବାକୁ ଥିବା ବିସ୍ଥାପିତଙ୍କୁ ନେଇ ଆଜି କୁଲୁରୁକୁମ୍ପା ପଞ୍ଚାୟତ ସ୍ଥିତ ଗୁରହା ଗ୍ରାମରେ ବୃତ୍ତଙ୍ଗ ନଦୀବନ୍ଧ ବାସଚ୍ୟୁତ ସଂଗ୍ରାମ ସମିତି ମଞ୍ଚ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ପହଞ୍ଚି ବିସ୍ଥାପିତଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ।















