No Result
View All Result
ଓଡ଼ିଶା ତାଜା ନିୟୁଜ୍ (୨୭ ଅଗଷ୍ଟ ଶୁକ୍ରବାର ) ନୟାଗଡ :- ଚଳିତ ଖରିଫ୍ ଋତୁରେ ନିଅଂଟିଆ ବର୍ଷା ଯୋଗୁଁ ନୟାଗଡ ଜିଲ୍ଲାରେ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ପୋମା ଟୁଡୁ , ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ତା ୨୭/୦୮/୨୦୨୧ ରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମଧ୍ୟମ ଜଳସେଚନ ବିଭାଗ , କ୍ଷୁଦ୍ର ଜଳସେଚନ ବିଭାଗ , ଉଠା ଜଳସେଚନ ବିଭାଗ ,

ଓଡ଼ିଶା ଆଗ୍ରୋ ଇଣ୍ଡୋଷ୍ଟ୍ରିଜ୍ , ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ, ବିଭିନ୍ନ ସାର କମ୍ପାନୀର ଅଧିକୃତ ବିକ୍ରେତା ଓ କମ୍ପାନୀର ଅଧିକାରୀ ଗଣ, ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କୃଷି ଅଧିକାରୀ ଏବଂ ସମବାୟ ବିଭାଗର ଅଧିକାରୀଗଣ ଉପସ୍ଥିତ ହୋଇ ସେମାନଙ୍କର ବିଭାଗୀୟ ତଥ୍ୟ ସହ ସ୍ୱଳ୍ପ ବୃଷ୍ଟି ଜନିତ ଉପୁଜିଥିବା ସମସ୍ୟାର ନିରାକରଣ ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ସମ୍ମାନନୀୟା ଜିଲ୍ଲାପାଳ ସମୀକ୍ଷା ସମୟରେ ଏହାର ମୁକାବିଲା ପାଇଁ ଆପଦ କାଳୀନ ଯୋଜନା ପ୍ରସ୍ତୁତ କରିବା ସହିତ ପଞ୍ଚାୟତସ୍ତରରେ ଅଣୁଯୋଜନା ପ୍ରସ୍ତୁତ କରିବା ପାଇଁ କୃଷିବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ । ତାସହ ବ୍ଲକୱାରୀ ଦୈନନ୍ଦିନ ବୃଷ୍ଟିପାତ ଅନୁସାରେ ଯୋଜନା କାର୍ଯ୍ୟାନ୍ୱୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ କ୍ଷତିଗ୍ରସ୍ତ ବ୍ଲକରେ ଆପଦ କାଳୀନ ଯୋଜନା ମୁତାବକ ବନ୍ଦ ପଡ଼ିଥିବା ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ପାଇଁ ଉଠାଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ନୟାଗଡ଼
No Result
View All Result