ଢେଙ୍କାନାଳ,ରିପୋର୍ଟ/ ଅମର ରଞ୍ଜନ ଦାସ ( ଓଡିଶା ତାଜା ନ୍ୟୁଜ୍ ) କୋଭିଡ୍-୧୯ ହସ୍ପିଟାଲ , ଶୁକ୍ରବାର, ଏପ୍ରିଲ 17.4.2020 :- ୫ଟି ସଚିବ ଭି.କେ.ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଢେଙ୍କାନାଳ ଜିଲ୍ଲା ବାଜିଚୌକ ସ୍ଥିତ ନୂତନ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲର ପରିଦର୍ଶନ କରିଛନ୍ତି ।
ଜିଲ୍ଲାପାଳ ଓ ସିଡିଏମ୍ଓ ଢେ଼ଙ୍କାନାଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ଜିଲ୍ଲାରେ ୧୪୭ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ବୋଲି ସୂଚନା ଦେଇଥିଲେ ସେହିପରି ତାଳଚେର ,ଅନୁଗୁଳରେ ଥିବା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ମଧ୍ୟ ଯାଞ୍ଚ କରିଛନ୍ତି ୫ଟି ସଚିବ ।
ସୂଚନା ଅନୁସାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିନେଇ ସରକାର ବହୁ ପଦକ୍ଷେପ ନେବା ସହ ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।