No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ଓଡ଼ଗାଁ :- ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧିକାରିଣୀ ଚଢ଼ାଉ କରି ଦୁଇଟି ବାଇକ୍ ,୪୫ ହଜାର ଟଙ୍କା ଜବତ କରିବା ସହ ବାଇକ୍ ଲୁଟେରା କୁ ଗିରଫ କରିଛନ୍ତି।ସୂଚନା ଅନୁଯାୟୀ ଆସ୍କା ଥାନା ଅଧୀନରେ ଥିବା ଆଇଡ୍ କ୍ୟାମ୍ପ ର ଏମ୍ ଏଙ୍କୋଟେଶ୍ ( ୨୧ବର୍ଷ ) ତାର ସହଯୋଗୀ ସହିତ ଓଡ଼ିଶା ର ବିଭିନ୍ନ ଜିଲ୍ଲାରେ ବାଇକ୍ ସହ ଗାଡ଼ି ଡିକି ଭାଙ୍ଗି ଚୋରି କରୁଥିଲା ।

ଏପରିକି ବ୍ୟାଙ୍କ୍ ରୁ ଗ୍ରାହକ ଟଙ୍କା ନେଇ ରାସ୍ତାରେ ଯାଉଥିବା ବେଳେ ଚଢ଼ାଉ କରି ଟଙ୍କା ନେଇଯାଉଥିଲା । କିଛିଦିନ ତଳେ ଜନୈକ ବ୍ୟକ୍ତି ବ୍ୟାଙ୍କ୍ ରୁ ୨ ଲକ୍ଷ ୪୦ ହଜାର ଟଙ୍କା ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ଦୁଇ ଜଣ ମହିଳା ଟଙ୍କା ନେଇ ଯାଉଥିବା ବେଳେ ସେମାନଙ୍କୁ ଆକ୍ରମଣ କରି ଟଙ୍କା ନେଇଯା ଇଥିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ କୁ ଆଧାର କରି ଓଡ଼ଗାଁ ଥାନା ଅଧିକାରୀଣୀ ଚଢ଼ାଉ କରି ଚୋର କୁ ଗିରଫ କରିବା ସହ ଦୁଇଟି ଗାଡ଼ି ଏବଂ ୪୫ ଟଙ୍କା ଜବତ କରିଥିବା ଥାନା ଅଧିକାରୀଣୀ କହିଛନ୍ତି । ଏପରିକି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ମଧ୍ୟ ଏଭଳି ଅପରାଧ ଘଟାଇଥିବା କହିଛନ୍ତି ।(ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result