- ବିଶ୍ୱ ମହାମାରୀ କରୋନା ବିପତିର ସଙ୍କଟ ସମୟରେ ପଲ୍ଲୀଶ୍ରୀ ଯୁବକ ସଙ୍ଘ ତରଫରୁ ଶ୍ରୀ ସଂଗ୍ରାମ କେଶରୀ ସାହୁ,ବଳରାମ ପଟ୍ଟନାୟକ, ସୀମାଞ୍ଚଳ ଗଣ୍ଡା,ଶିଶିର କୁମାର ମାଝୀ ଓ ଧରମ ଚାନ୍ଦ ମାଝୀ ଙ୍କ ଦ୍ଵାରା ୧୦୦୦୦ (ଦଶ ହଜାର) ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରିଛନ୍ତି ।
- ଝରିଗାଁ ବ୍ଲକ ଧୂମାମା ,ଢେପଗୁଡା, କୁରଲୁଭଟା ଖାଲିଆପାଣି ଗ୍ରାମବାସୀ 27,300 (ସତେଇସି ହଜାର ତିନି ଶହ) ଟଙ୍କା ଡଙ୍ଗରିଗୁଡା ଗ୍ରାମର ବରିଷ୍ଠ ବିଜେଡ଼ି ନେତା ଶ୍ରୀ ଶ୍ୟାମ ସୁନ୍ଦର ନାୟକ 5,000 (ପାଞ୍ଚ ହଜାର) ଟଙ୍କା ଓ ସମାଜସେବୀ ଶ୍ରୀ ନକୁଳ ପନକା 10,100 । (ଦଶ ହଜାର ଏକ ସହ) ଟଙ୍କା ଝରିଗାଁ ବିଡ଼ିଓ ଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ ।
ନବରଙ୍ଗପୁର ଜିଲ୍ଲା , ରିପୋର୍ଟ /ଅସିତି ମହାନ୍ତି ( ଓଡିଶା ତାଜା ନ୍ୟୁଜ୍ ) ମନ୍ତ୍ରୀ ରିଲିଫ ପାଣ୍ଠି, ଶୁକ୍ରବାର, ଏପ୍ରିଲ 17.4.2020 :- ନବରଙ୍ଗପୁର ଜିଲ୍ଲା, ବିଶ୍ୱ ମହାମାରୀ କରୋନାର ମୁକାବିଲା ସକାଶେ ନବରଙ୍ଗପୁର ଜିଲ୍ଲା ବିଜୁଜନତା ଦଳର ସଭାପତି ତଥା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ମାନ୍ୟବର ବିଧାୟକ ଝରିଗାଁ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ନିଜ ନିର୍ବାଚନ ମଣ୍ଡଳୀର ବରିଷ୍ଠ କର୍ମକର୍ତ୍ତା ଓ ସମାଜସେବୀ ମାନଙ୍କୁ ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହେବା ସହ ଅସୁବିଧା ସମୟରେ ସାହାଯ୍ୟ ସହଯୋଗ କରିବାପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀ ରେ ଆଜି ଚନ୍ଦାହାଣ୍ଡି ବ୍ଲକ ଧୋଡିପାଣି ଗ୍ରାମପଞ୍ଚାୟତ ଦଣ୍ଡାମୁଣ୍ଡା ପଲ୍ଲୀଶ୍ରୀ ଯୁବକ ସଙ୍ଘର କର୍ମକର୍ତ୍ତା ମାନେ ଏହି ଅନୁଷ୍ଠାନର ସଭାପତି ମାନ୍ୟବର ବିଧାୟକ ଝରିଗାଁ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ପ୍ରେରଣାରେ ନିଶା ନିବାରଣ,ବୃକ୍ଷ ରୋପଣ, ଗ୍ରାମ ସଫେଇ,କଳାକାର ମାନଙ୍କୁ ସମ୍ମାନିତ କରିବା ଓ କ୍ରୀଡା ପ୍ରତିଯୋଗିତା ଆୟୋଜନ କରି ଯୁବପ୍ରତିଭା ଅନ୍ବସନ କରିବା ଭଳି ମହତ କାର୍ଯ୍ୟକରି ଏ ଅଞ୍ଚଳରେ ପ୍ରଶଂସିତ ହୋଇ ହୋଇପାରିଛନ୍ତି ।
ଆଜିର ଏହି ବିଶ୍ୱ ମହାମାରୀ କରୋନା ବିପତିର ସଙ୍କଟ ସମୟରେ ପଲ୍ଲୀଶ୍ରୀ ଯୁବକ ସଙ୍ଘ ତରଫରୁ ଶ୍ରୀ ସଂଗ୍ରାମ କେଶରୀ ସାହୁ,ବଳରାମ ପଟ୍ଟନାୟକ, ସୀମାଞ୍ଚଳ ଗଣ୍ଡା,ଶିଶିର କୁମାର ମାଝୀ ଓ ଧରମ ଚାନ୍ଦ ମାଝୀ ଙ୍କ ଦ୍ଵାରା ୧୦୦୦୦ (ଦଶ ହଜାର) ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ମହତ କାର୍ଯ୍ୟ ନିମନ୍ତେ ସମସ୍ତଙ୍କୁ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହ ଏହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ମହାମାରୀ କରୋନା ର ମୁକାବିଲା ସକାଶେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ମାନ୍ୟବର ଝରିଗାଁ ବିଧାୟକ ଶ୍ରୀଯୁକ୍ତ ଇଂ.ପ୍ରକାଶ ଚନ୍ଦ୍ର ମାଝୀ ଏହି ସଙ୍କଟମୟ ପରିସ୍ଥିତିରେ ସହଯୋଗ କରିବା ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଝରିଗାଁ ବ୍ଲକ ଧୂମାମା ,ଢେପଗୁଡା, କୁରଲୁଭଟା ଖାଲିଆପାଣି ଗ୍ରାମବାସୀ 27,300 (ସତେଇସି ହଜାର ତିନି ଶହ) ଟଙ୍କା ଡଙ୍ଗରିଗୁଡା ଗ୍ରାମର ବରିଷ୍ଠ ବିଜେଡ଼ି ନେତା ଶ୍ରୀ ଶ୍ୟାମ ସୁନ୍ଦର ନାୟକ 5,000 (ପାଞ୍ଚ ହଜାର) ଟଙ୍କା ଓ ସମାଜସେବୀ ଶ୍ରୀ ନକୁଳ ପନକା 10,100 । (ଦଶ ହଜାର ଏକ ସହ) ଟଙ୍କା ଝରିଗାଁ ବିଡ଼ିଓ ଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ । ଏହି ମହତ କାର୍ଯ୍ୟ ପାଇଁ ଝରିଗାଁ ବିଜୁ ଜନତା ଦଳ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ ।