No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ବରଗଡ଼ :- ପଶ୍ଚିମ ଓଡ଼ିଶାରେ ରୁରାଲ ହାଉସି° ପ୍ରଦାନ ରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଫଳରେ ଏ ଅଞ୍ଚଳର ଲକ୍ଷ ଲକ୍ଷ ଗରିବ ହୀତାଧିକାରୀ ଉକ୍ତ ଯୋଜନା ରୁ ବଞ୍ଚିତ ହେଉଛନ୍ତି । ଯଦ୍ୱାରା କି ସେମାନେ ପକ୍କା ଘର ଖଣ୍ଡିଏ ପାଇପାରୁ ନାହାନ୍ତି। କେନ୍ଦ୍ର ସରକାର ଉଦେଶ୍ୟ ମୂଳକ ଭାବେ ଉକ୍ତ ପୋର୍ଟାଲ କୁ ବନ୍ଦ କରିଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଓ ମନ୍ତ୍ରୀ ମାନେ ଅଭିଯୋଗ କରିଛନ୍ତି । ଅଗ୍ରଗାମୀ ଯୁବକ ସଂଘ ଠାରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ପକ୍କା ଘର ପାଇବାର ଅନେକ ଯୋଗ୍ୟ ହିତାଧିକାରୀଙ୍କ ଆଧାର କାର୍ଡ କୁ ସିଜ କରିଦିଆଯାଇଛି ।
ଫଳରେ ସେମାନେ ତାଙ୍କ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଅନେକ ଥର କେନ୍ଦ୍ର ସରକାର ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଫଳରେ ଆସନ୍ତା ଦିନରେ ବିଜେଡି ପକ୍ଷରୁ ବ୍ଲକ ସ୍ତରରୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ପ୍ରେସ ମିଟରେ ରାଜ୍ୟ ସରକାର ଙ୍କ ଅର୍ଥ ମନ୍ତ୍ରୀ ତଥା ବିଜେଡ଼ିର ବରଗଡ଼ ଜିଲ୍ଲା ର ବରିଷ୍ଠ ପର୍ଯ୍ୟବେକ୍ଷକ ନିରଞ୍ଜନ ପୂଜାରୀ, ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result