• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଡ଼ବା ଥାନା ଅଞ୍ଚଳର ଡବଲ ମର୍ଡର ମାମଲା : ଗୁଣିଗାରେଡି ସନ୍ଦେହରେ ହତ୍ୟା ମାମଲାରେ ୧୨ ଅଭିଯୁକ୍ତଙ୍କୁ ଆଜୀବନ ସଜା

Proprietor Abhimanyu Maharana by Proprietor Abhimanyu Maharana
September 19, 2026
in ଓଡ଼ିଶା, ଗଜପତି, ହୋମ୍
0
ଅଡ଼ବା ଥାନା ଅଞ୍ଚଳର ଡବଲ ମର୍ଡର ମାମଲା : ଗୁଣିଗାରେଡି ସନ୍ଦେହରେ ହତ୍ୟା ମାମଲାରେ ୧୨ ଅଭିଯୁକ୍ତଙ୍କୁ ଆଜୀବନ ସଜା
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ୱାଧୀନତାର ୭୯ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଗୁଣିଗାରେଡିକୁ ନେଇ ଲୋକଙ୍କ ମାନସିକତା ବଦଳି ନାହିଁ। ଏହି କୁଶ୍ଚିତ ମାନସିକତାକୁ ନେଇ ଅଡ଼ବା ଥାନା ଅନ୍ତର୍ଗତ ମୁଟାଗୁଡା ସଉରା ସାହିର ବାପପୁଅଙ୍କୁ ଗୁଣିଆ ସନ୍ଦେହରେ ଘରୁ ଡାକି ନେଇ ହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ହର ପ୍ରସାଦ ପଟ୍ଟନାୟକ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ରେ ଅଡ଼ବା ଥାନା ଅନ୍ତର୍ଗତ ମୁଟାଗୁଡା ସଉରା ସାହିର ୧୨ଜଣ ଅଭିଯୁକ୍ତ ଜୋସୁଆ ଗମାଙ୍ଗ (୩୬ବର୍ଷ),

ବେଞ୍ଜାମିନ ଗମାଙ୍ଗ (୪୦ବର୍ଷ), ସଞ୍ଜୟ ଗମାଙ୍ଗ (୨୮ବର୍ଷ), ଅଭିମନ୍ୟୁ ରାଇକା (୩୫ବର୍ଷ), କାନ୍ଦ୍ରା ଗମାଙ୍ଗ (୬୭ବର୍ଷ), ମିଖାଇଲ ଗମାଙ୍ଗ (୫୫ବର୍ଷ), ସେତୋ ରାଇକା (୪୨ବର୍ଷ), ଜିରିମିୟ ରାଇକା (୪୨ବର୍ଷ), ଆବ୍ରାହାମ ବଡ଼ରଇତ (୪୫ବର୍ଷ), ଜୁନେସ ରଇତ (୪୦ବର୍ଷ), କୁରା ରଇତ (୬୦ବର୍ଷ) ଓ ସୋମନାଥ ଗମାଙ୍ଗ (୪୫ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଅର୍ଥ ରାଶିରେ ଦଣ୍ଡିତ କରିଛନ୍ତି।

ଜୋରିମାନା ଅନାଦେୟ ଆହୁରି ଛଅମାସ ସଶ୍ରମ କାରାଦଣ୍ଡ ଭୋଗ କରିବେ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ତା ୧୨-୦୬-୨୦୨୧ରିଖ ଦିନ ସନ୍ଧ୍ୟା ୫ଘଟିକା ସମୟରେ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ମୃତକ ଲୁକ ଦଳବେହେରାଙ୍କୁ ଘରୁ ଡାକି ନେଇ ଜୋସିଆ ଗମାଙ୍ଗଙ୍କ ଘର ନିକଟରେ ଏକ ଆଲୋଚନା କରି ତାଙ୍କୁ ଗୁଣିଗାରେଡି କରୁଥିବା ନେଇ ଦୋଷାରୋପ କରିଥିଲେ।

ପରେ ଅନ୍ୟ ଜଣେ ଅଭିଯୁକ୍ତଙ୍କ ଦ୍ୱାରା ମୃତକଙ୍କ ପୁଅ ଅନୁକ ଦଳବେହେରାଙ୍କୁ ସେହି ସ୍ଥାନକୁ ଡ଼କା ଯାଇଥିଲା। କିନ୍ତୁ ରାତି ୧୧ଟା ବେଳେ ଏହି ବାପ ପୁଅ ଦୁହିଁଙ୍କୁ ଅଭିଯୁକ୍ତମାନେ ଗାଁ ମୁଣ୍ଡକୁ ଟାଣିଟାଣି ନେଇ ଗାଁ ମୁଣ୍ଡରେ ଥିବା କୁସୁମ ସାହି ପଡିଆ ଜମିରେ ହତ୍ୟା କରିଥିଲେ। କିନ୍ତୁ ମୃତ୍ୟୁ ପୂର୍ବରୁ ଅନୁକଙ୍କ ବେକ କଟିଥିବା ଅବସ୍ଥାରେ ସେ ସେଠାରୁ ଆସି ନିଜ ଘର ଲୋକଙ୍କୁ ଆଙ୍ଗୁଠି ଦେଖାଇ ତାଙ୍କ ବାପା ପଡିଥିବା ଜାଗାକୁ ଦେଖାଇଥିଲେ ଓ ପରେ ସେ ମରିଯାଇଥିଲେ। ଏହି ଲୋମହର୍ଷଣ ଘଟଣାକୁ ନେଇ ଏତଲାକାରିଣୀ ଝିଅ ଏକ ସଙ୍ଗିନ ମାମଲା ୧୩-୦୬-୨୦୨୧ରେ ଅଡ଼ବା ଥାନାରେ ଦାୟର କରିଥିଲେ,

ଯାହାକି ମାମଲା ନମ୍ବର ୬୩/୨୧ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ତତ୍କାଳୀନ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୨୩ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୨୭ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି । ସୂଚନାଯୋଗ୍ୟ, ଆଉ ଜଣେ ଅଭିଯୁକ୍ତ ଦେବ ମିସ୍ତ୍ରୀଙ୍କ ମାମଲା ଅଲଗା ଭାବେ ଏବେ ବି ବିଚାରାଧୀନ  l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ

September 19, 2026
ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼

ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼

September 19, 2026
ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଅବସରରେ ଗଣେଶ ଗୀତିନାଟ୍ୟ

ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଅବସରରେ ଗଣେଶ ଗୀତିନାଟ୍ୟ

September 19, 2026
ଗିରିପାଲିରେ ବିଧାୟକ ପାଣ୍ଠିରେ ନିର୍ମିତ କମ୍ୟୁନିଟି ସେଣ୍ଟର ଲୋକାର୍ପିତ, ଲଖମନିରେ ବିଶ୍ୱକର୍ମା ପୂଜାରେ ସାମିଲ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ଗିରିପାଲିରେ ବିଧାୟକ ପାଣ୍ଠିରେ ନିର୍ମିତ କମ୍ୟୁନିଟି ସେଣ୍ଟର ଲୋକାର୍ପିତ, ଲଖମନିରେ ବିଶ୍ୱକର୍ମା ପୂଜାରେ ସାମିଲ ହେଲେ ପ୍ରସନ୍ନ ଆଚାର୍ଯ୍ୟ

September 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ

September 19, 2026
ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼

ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼

September 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version