ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସେବା ସଂକଳ୍ପ ଅଭିଯାନ ଅବସରରେ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତାପନଗରୀସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମି) ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ ୭୬ଟି ଦେଶୀୟ ଓ ଜଳବାୟୁ ସହନଶୀଳ ଚାରା ରୋପଣ କରାଯାଇଛି । ‘ସେବା ସଂକଳ୍ପ’ ଅଭିଯାନର ମୂଳ ଭାବନାକୁ ଆଧାର କରି ସମାଜ ଓ ପରିବେଶ ପ୍ରତି ଦାୟିତ୍ୱବୋଧକୁ ଜନସେବାର ଏକ ସାର୍ଥକ ପଦକ୍ଷେପରେ ପରିଣତ କରାଯାଇଛି ।

ବୃକ୍ଷରୋପଣ ମାଧ୍ୟମରେ ପ୍ରାକୃତିକ ସମ୍ପଦର ସୁରକ୍ଷା ସହ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସୁସ୍ଥ ପରିବେଶ ଗଠନର ସଂକଳ୍ପକୁ ଦୃଢ଼ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ବିଭାଗର ପୁନର୍ବାସ ଓ ପୁନଃସ୍ଥାପନ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ବେହେରା, ଅତିରିକ୍ତ ଶାସନ ସଚିବ ଶ୍ରୀ ସୁବ୍ରତ କୁମାର ନାୟକ,















