ଭୁବନେଶ୍ୱର /କେନ୍ଦୁଝର , ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) କେନ୍ଦୁଝର , ଗୁରୁବାର, ଏପ୍ରିଲ 16.4.2020 :– କେନ୍ଦୁଝରରେ କୋଭିଡ୍ ହସ୍ପିଟାଲ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ଦୁଇ ବରିଷ୍ଠ ଅଧିକାରୀ । ୫-ଟି ସଚିବ ଭି. କେ. ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କେନ୍ଦୁଝରରେ ପ୍ରଥମେ ପହଞ୍ଚିବା ପରେ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବଶୀଘ୍ର ଏଠାରେ ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ।
ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟର ଏବଂ ଆଇସିୟୁ ସୁବିଧା ରହିବ । ଏହାର ପରିଚାଳନା ଲାଗି ଉତ୍କଳ ହସ୍ପିଟାଲ ସହ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଡିଏମ୍ଏଫ୍ ପାଣ୍ଠିରୁ ଏଥିଲାଗି ପାଣ୍ଠି ଯୋଗାଇ ଦିଆଯାଇଛି । ଏହାପରେ ମୁଖ୍ୟ ସଚିବ ଓ ଫାଇଭ ଟି ସଚିବ ଜିଲ୍ଲା ପଦାଧିକାରୀଙ୍କ ସହିତ କରୋନା ସ୍ଥିତି ନେଇ ସମିକ୍ଷା କରିବେ । ଏହାପରେ ବାଲେଶ୍ୱର ଓ ମୟୁରଭଞ୍ଜ ମଧ୍ୟ ଗସ୍ତ କରିବାର ସୁଚନା ରହିଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ କୋଭିଡ୍ ହସ୍ପିଟାଲ ସ୍ଥିତି ସମୀକ୍ଷା କରିଛନ୍ତି ।