No Result
View All Result
ରଣପୁର ବିଧାୟକ କୌଣସି କାରଣରୁ ବୈଠକ କୁ ଆସିପାରିଲେ ନାହିଁ । ତେବେ ଭରଚୁଆଲ ମିଟିଂ ମାଧ୍ୟମରେ ଯୋଗ ଦେଲେ ବିଧାୟକ । ଯାହା ଗ୍ରାମ ଲୋକେ ନିଷ୍ପତ୍ତି ନେବେ ବିଧାୟକ ସେଥିରେ ରାଜି । ସେହିଠାରେ ପଞ୍ଚାୟତ ଗୃହ ହେବ ବୋଲି ଭର୍ଚୁଆଲରେ ପ୍ରତିଶୃତି ଦେଲେ ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :-ବିଧାୟକ ହେବେ କାହାର ? ସମୂହର ନା ବ୍ୟକ୍ତିର ….. ରଣପୁର ନିର୍ଵାଚନ ମଣ୍ଡଳୀ ଚାନ୍ଦପୁର ଜୋନ ଝାଡପଡା ପଂଚାୟତ କର୍ମୀ ସମ୍ମିଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ 500 ରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇ ପଞ୍ଚାଳୟ ଗୃହ ନିର୍ମାଣ ରେ ବାଧକ ସାଜିଥିବା ଜନୈକ ସ୍ୱାର୍ଥପର ମୁଖା ପିନ୍ଧା କର୍ମିର ଘୋର ନିନ୍ଦା କରିଥିଲେ ଓ ଏହି ସଭାରେ ନିତ୍ୟାନନ୍ଦ ଜେନା ପୌରହିତ କରି ନିଜର ଅଭିଭାଷଣ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ବ୍ଲକ ବିଜେଡି ସଭାପତି ପାଣ୍ଡଵ ସେଠି , ସୁରେଶ ମିଶ୍ର , ମନୋଜ ଦାସ , ଜଇ ସାର୍ନ,ର୍ମଦା ରାୟ , ରଞ୍ଜନ ଦାସ ,ସରପଂଚ ଓ ସମିତିସଭ୍ୟ ସଚ୍ଚିକାନ୍ତ ଷଡଙ୍ଗି , ପ୍ରତିଭା ରାଣୀ ମହାନ୍ତି ,ମୁନା ଷଡଙ୍ଗୀ,ଶାସ୍ତ୍ରୀ,ପ୍ରଭାତ ଦଳେହେରା ପ୍ରମୁଖ ଯୋଗଦେଇ କର୍ମୀମାନଙ୍କ ଉଦବେଗ ସହ ଏକମତ ହୋଇ ବିଭିନ୍ନ ଗଠନମୂଳକ ସାଙ୍ଗଠନିକ ପ୍ରସ୍ତାବ ରଖିଥିଲେ ।

ନିଜକୁ ନିଜେ ନେତା ବୋଲାଉଥିବା ଆତ୍ମ ଘୋଷିତ ପ୍ରତ୍ୟାଖ୍ୟାତ ସମ୍ପୃକ୍ତ କର୍ମିର ଆଚରଣ ଓ ଉଚ୍ଚାରଣ କୁ ଉପସ୍ଥିତ ସଭିଏଁ ନିନ୍ଦା କରି ଏହା ଉପଯୁକ୍ତ ଦଳୀୟ ଫୋରମ୍ ରେ ଏକଥା ଉଠାଯିବ ବୋଲି ସର୍ବ ସମ୍ମତ ପ୍ରକାଶ ପାଇଥିଲା । ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିଧାୟକ ହେବେ କାହାର କି ନିଷ୍ପତି ନେବେ ?

ସାଂସଦ ପିନାକୀ ମିଶ୍ର ସମିତିର ନିର୍ଦିଷ୍ଟ ଗୋଟିଏ ବୈଠକ ପାଇଁ ବର୍ଣିତ ବିବାଦୀୟ କର୍ମୀଙ୍କୁ ପ୍ରତିନିଧି ଦେଇଥିଲେ ମାତ୍ର ବର୍ତ୍ତମାନ ସୁଧା ସାଂସଦ ଙ୍କ ପ୍ରତିନିଧି କହି ବୁଲୁଥିବା ସେହି ବ୍ୟକ୍ତି ଯୋଗେ ପିନାକୀ ବି ସମାଲୋଚିତ ହେଉଛନ୍ତି । ବିତର୍କ ଆଉ ବିବାଦରେ ଛନ୍ଦି ହୋଇଥିବା ସେହି କର୍ମୀ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି ।

ଖାଲି ସେତିକି ନୁହେଁ ପେସାରେ ସେ ଜଣେ ଅବକାରୀ ବେପାରୀ ହୋଇଥିବାରୁ ସାଧାରଣ ଜନତା ନାପସନ୍ଦ କରୁଛନ୍ତି । ନିଜ ପଂଚାୟତ ଲୋକେ ତାଙ୍କୁ ଅତୀତରେ ପ୍ରତ୍ୟାଖ୍ୟାନ କରିଥିବାରୁ ସେ ଜ୍ୱର ବାଉଳିରେ ତାଟିଆ କାମୁଡୁଥିବା କଥା ଲୋକେ କୁହାକହି ହେଉଛନ୍ତି ।

ଏବେଠୁ ବିଧାୟକ ସଜାଡି ନହେଲେ ସଂଗଠନ ବିଗିଡ଼ିଯିବାର ନିଶ୍ଚିତ ସମ୍ଭାବନା ରହିଛି ।
ଅନୁସନ୍ଧାନ ରୁ ଜଣାଯାଏ ସମ୍ପୃକ୍ତ ବ୍ୟକ୍ତି ବ୍ଲକ ସ୍ତରୀୟ ନେତୃମଣ୍ଡଳୀ ରେ ଜନବିରୋଧୀ କାର୍ଯ୍ୟ ଯୋଗେ କୋଣ ଠେସା ହୋଇଛନ୍ତି । ପଞ୍ଚାୟତ କର୍ମୀ ମାନଙ୍କୁ କଣ କହି … ବା କରି .. ବିଧାୟକ ସମ୍ଭାଳୁଛନ୍ତି ଦେଖିବାକୁ ବାକି ରହିଲା ।
No Result
View All Result