No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ଏବଂ ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଶୁଭ ଉଦଘାଟନ କରିବା ସହ ଗାଁ ଗାଁ ବୁଲି ଲୋକ ମାନ ଙ୍କ ସମସ୍ୟା ବୁଝିବା ସହ ମାସ୍କ ବଣ୍ଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ହରିପୁର ପଞ୍ଚାୟତ ହରିପୁର ର ସାର୍ବଜନୀନ ଗୋଷ୍ଠୀ କେନ୍ଦ୍ର,ଗୋପପୁର ର ସାଂସ୍କୃତିକ ମଣ୍ଡପ,ହରିପୁର ର ଗଡଚଣ୍ଡି ଗୋଷ୍ଠୀ କେନ୍ଦ୍ର ସହ ସିଙ୍ଗା ର ପଲ୍ଲୀ ପଞ୍ଚାୟତ ଡିମିରି ପଦର ଓ ଶୁଣ୍ଡି ଝୋଲା ଗ୍ରାମର ଅଙ୍ଗନ୍ ୱାଡି କେନ୍ଦ୍ର ଉଦ୍ଘାଟନ କରିଥିଲେ । ତତ୍ ସହିତ ଆମ୍ବପଡ଼ା ଗ୍ରାମ ରେ ଲୋକମାନଙ୍କ ସମସ୍ୟା ବୁଝିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ବିଜେଡ଼ି ସଭାପତି ସନାତନ ସାମଲ,ବରିଷ୍ଠ ବିଜେଡ଼ି ସଂଗଠକ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଉପ ସଭାପତି ମୁରଲୀ ଧର ଜେନା,ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ଯୁବ ନେତା ଜିତେନ୍ଦ୍ର କୁମାର ସାହୁ, ରତାଦେଇ ଉନ୍ନୟନ କମିଟି ସଭାପତି ସଞ୍ଜୀବ କୁମାର ଡାକୁଆ,ବରିଷ୍ଠ ବିଜେଡ଼ି କର୍ମୀ ସନାତନ ବେହେରା,ପ୍ରକାଶ ପ୍ରଧାନ,ସୁଧୀର ପ୍ରଧାନ,ସୁଶାନ୍ତ କୁମାର ସାହୁ,ପ୍ରମୋଦ ପ୍ରଧାନ,ପବିତ୍ର ପ୍ରଧାନ , ପାଣୁ ଚରଣ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result