ମୟୂରଭଞ୍ଜ, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) ରାଇରଙ୍ଗପୁର ଗୁରୁବାର, ଏପ୍ରିଲ 16.4.2020 ଦୀପ୍ତିମାନ୍ ପତି :– ରାଇରଙ୍ଗପୁର କୋରୋନା ଭାଇରସ ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ କାୟା ବିସ୍ତାର କରିଛି । ତେବେ ଓଡିଶା ସରକାର କୋରୋନା ଭାଇରସ ରୋକିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ଏହି କ୍ରମରେ ଆଜି ମୟୁରଭଞ୍ଜ ଜିଲ୍ଲା ଆଦାନୀ କିସ ପରିସରରେ କାର୍ଯ୍ୟକ୍ଷମ ହୋଇଛି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ।
ମୟୁରଭଞ୍ଜ ଜିଲ୍ଲାରେ ୨୦ଟି ଆଇସିୟୁ ସହ ୨୦୦ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ କାର୍ୟ୍ୟକ୍ଷମ ହୋଇଛି । କିମସ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହେବାର ସପ୍ତାହକ ମଧ୍ୟରେ କାର୍ୟ୍ୟକ୍ଷମ ହୋଇଛି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରୁ ଭିଡ଼ିଓ କଂଫେରେନ୍ସିଂଗ ଜରିଆରେ ଶୁଭ ଉଦଘାଟନ କରିଛନ୍ତି ।