ବାଲେଶ୍ୱର ବସ୍ତା, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) ଗୁରୁବାର, ଏପ୍ରିଲ 16.4.2020 ଦୀପ୍ତିମାନ୍ ପତି :– ବସ୍ତା ପୋଲିସକୁ ପ୍ରଶଂସା । କରୋନା ସମୟରେ ଲୋକଙ୍କୁ କିଭଳି ବସ୍ତା ଥାନାର ଆଇ.ଆଇ.ସି.ମାନସ ଦେଓଙ୍କ ଦ୍ୱ।ରା ପୋଲିସ ସେବା ଯୋଗାଇଦେଉଛି ତାକୁ ନେଇ ବାଲେଶ୍ୱର ମେଡିକାଲ ଆସୋସିଏସନ ଓ ରାଜଘାଟ ଜୀବନସାଥୀ ସଂଗଠନର ସଂପାଦକ ଯୁବ ସମାଜ ସେବକ ଦୀପ୍ତିମାନ୍ ପତି ପ୍ରଶଂସା କରିଛନ୍ତି । ଜାତୀୟ ସଙ୍କଟ ଥିବା ବେଳେ ପୋଲିସ ଅଧିକାରୀମାନେ କିଭଳି ଲୋକମାନଙ୍କୁ ସୁରକ୍ଷା ଦେବା ସହ ଡାକ୍ତରଙ୍କୁ ସୁରକ୍ଷା ଦେଉଥିବାରୁ ଏହାକୁ ପ୍ରଶଂସା କରାଯାଇଛି । ସେମାନେ ମଧ୍ୟ କହିଛନ୍ତି ଯେ ଏହି ସଂଗ୍ରାମରେ ଆପଣଙ୍କ ସହିତ ମଧ୍ୟ ଆମ୍ଭେମାନେ ଛିଡା ହୋଇଛି ଏହାକୁ ଆମେ ନିଶ୍ଚୟ ଜିତିବା ବୋଲି ଦୃଢୋକ୍ତିରେ ମଧ୍ୟ କହିଛନ୍ତି ।