No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ମହିଳା, ଶିଶୁ ଓ ଭିନ୍ନକ୍ଷମଙ୍କ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟରତ ସ୍ଵେଚ୍ଛା ସେବୀ ସଂଗଠନ ସେବା ଦ୍ବାରା ଜାତୀୟ ସଦଭାବନା ଦିବସ ପାଳିତ ହୋଇଯାଇଛି l ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ, ଭୁବନେଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ସେବାର ସଭାଗୃହ ରେ ସେବା ପରିବାର ପରାମର୍ଶ କେନ୍ଦ୍ର ର ପରାମର୍ଶ ଦାତା ରମେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l
ଏଥିରେ ଆଇ ଆର ସିଏ ର ପ୍ରକଳ୍ପ ମୁଖ୍ୟ କୃଷ୍ଣ ଚନ୍ଦ୍ର ସାହୁ ,ଏସ ଏସ ଏସ ଇ ଡି ର ଅଧକ୍ଷ ବୈକୁଣ୍ଠ ନାଥ ମହାପାତ୍ର, ଶ୍ରୁତି ସ୍ଵତନ୍ତ୍ର ବିଦ୍ୟାଳୟର ଅଧକ୍ଷା ଜୟଶ୍ରୀ ନାୟକ, ସ୍ଵଧାର ଗୃହ ର ପରିଚାଲିକା ବନିତା ମଲ୍ଲିକ ,ପରାମର୍ଶ ଦାତ୍ରୀ ସରିତା ଆଚାର୍ଯ୍ୟ ଓ ସୁଚିଶ୍ମିତା ସାହୁ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ମାନଙ୍କୁ ଶପଥ ପାଠ କରାଇଥିଲେ l (ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result