No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା କଲ୍ୟାଣ ମଣ୍ଡପ ଠାରେ ଜନ ଶୁଣାଣି ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ଜନ ଶୁଣାଣି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଭିନ୍ନ ପଞ୍ଚାୟତ ର ଲୋକ ମାନଙ୍କ ସମସ୍ୟା ବୁଝିବା ସହ ତୁରନ୍ତ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ବିଡିଓ ପ୍ରମୋଦ କୁମାର ନାୟକ, ବିଜେଡ଼ି ସଂଗଠକ ଦିଲ୍ଲୀପ କୁମାର ଦଳ ବେହେରା,ବିଜେଡ଼ି ସଭାପତି ସନାତନ ସାମଲ, ଉପ ସଭାପତି ମୁରଲୀ ଧର ଜେନା,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ସ୍ଥାନୀୟ ସମିତି ସଭ୍ୟା,ଯୋଗ ଦେଇଥିଲେ। ତତ୍ ସହିତ ଦଶପଲ୍ଲା ବିଧାୟକ ଗାଁ ଗାଁ ବୁଲି ଲୋକଙ୍କୁ କରୋନା ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

No Result
View All Result