ରାଇପଡା ମର୍ଡର କେସ୍ ର ଧର ପଗଡ଼ , ଚାନ୍ଦପୁର ପୋଲିସ ହାତରେ ୧୦ ଅଭିଯୁକ୍ତ ଗିରଫ
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର ) ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ :- ୨୦୨୦ ମସିହାର ରାଇପଡା ମର୍ଡରକେସ୍ ରେ କବାରୀ ସାହି ଓ ନୂଆ ସାହି ମଧ୍ୟରେ ଲାଗିଥିବା ଗୋଷ୍ଠୀ କନ୍ଦୋଳ କରାଇଥିବା କିଛି ଅଭିଯୁକ୍ତ ଗ୍ରାମ ରେ ବିଶୃଙ୍ଖଳା ଏବଂ ଅପରଗ୍ରାମ ରେ କେତେକ ଲୋକଙ୍କ ଆବାସ ଭାଙ୍ଗିଦେବା ଭଳି ଅମାନବିକ କାଣ୍ଡ ଘଟାଇଥିଲେ । ଯାହାଙ୍କୁ ଚାନ୍ଦପୁର ପୋଲିସ କାବୁ କରିଛି । ନୂଆ ସାହି ଗ୍ରାମର କିଛି ଲୋକଙ୍କ ଘର ଭଙ୍ଗାରୁଜା କରିବା ସହ ଟଙ୍କା ପଇସା ଲୁଟି ଆଣିଥିଲେ । ସେହି କେସ୍ ର ଖୋଳତାଡ଼ କରିଛି ଓ ୧୦ ଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ । ତେବେ ସୂଚନାନୁସାରେ ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ମର୍ଡର କେସ ର ୧୦ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କ ସମେତ ଏସଆଇ ଅଞ୍ଜଳୀ ଶାହା , ରମେଶ ବେହେରା ଓ ଅନ୍ୟ କର୍ମଚାରୀ ଙ୍କୁ ନେଇ