ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) କଳାହାଣ୍ଡି ଏବଂ ସମ୍ବଲପୁର, ବୁଧବାର, ଏପ୍ରିଲ 15.4.2020 :- କଳାହାଣ୍ଡି ଏବଂ ସମ୍ବଲପୁର ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଭବାନିପଟଣାସ୍ଥିତ ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁବିଧା ରହିଛି ।
ଏହି କୋଭିଡ ହସ୍ପିଟାଲରେ ୬ଟି ଆଇସିୟୁ ସମେତ ୨୦୦ ଶଯ୍ୟା ରହିଛି। ଆଜି ୫୦ଟି ଶଯ୍ୟା କାର୍ଯ୍ୟକ୍ଷମ ହେବ। ଆସନ୍ତା ୭ ଦିନ ମଧ୍ୟରେ ଆଉ ୨୦୦ ବେଡ୍ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି । କଳାହାଣ୍ଡି ଏବଂ ସମ୍ବଲପୁର ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର । କଳାହାଣ୍ଡି ଏବଂ ସମ୍ବଲପୁର ଜିଲ୍ଲାରେ ନିର୍ମିତ କୋଭିଡ୍ ହସ୍ପିଟାଲର ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ ଦୁଇ ସଚିବ ।
ସେହିପରି ସମ୍ବଲପୁର ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ଟି ଆଇସିୟୁ ସମେତ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମିତ ହୋଇଛି । କୋଭିଡ୍ ହସ୍ପିଟାଲ ପରିଦର୍ଶନ ସମୟରେ ୫-ଟି ସଚିବ ଏବଂ ଉନ୍ନୟନ କମିଶନରଙ୍କ ସମେତ ସମ୍ବଲପୁର ଡିଆଇଜି ଏବଂ ଏସ୍ପି ଉପସ୍ଥିତ ରହିଥିଲେ ।