କୋରାଇ,୧୫-୪-୨୦(ଓଡିଶା ତାଜା ନ୍ୟୁଜ୍) କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ :- ଲକ୍ଷ୍ମୀନଗର ପଂଚାୟତ ସ୍ଥିତ ଆଂଚଳିକ ହିଙ୍ଗୁଳା କମିଟ ତରାପୁର ଠାରେ ଚାଲିଥିବା ୮୪ତମ ମା’ ହିଙ୍ଗୁଳା ଦେବୀଙ୍କର ଯଜ୍ଞ ଉତ୍ସବ ଶୁକ୍ରବାର ଶେଷ ହୋଇଥିଲା ବେଳେ ବୁଧବାର ଯଜ୍ଞ ଭସ୍ମକୁ ପବିତ୍ର ବ୍ରାହ୍ମଣୀନଦୀର ଶାଖା ଖରସ୍ରୋତା ଜଳରେ ବିସର୍ଜନ କରାଯାଇଛି । ମା’ ହିଙ୍ଗୁଳାଙ୍କ ପୂଜା ମଙ୍ଗଳବାର ଶୁଭାଧିବାସ ହୋଇଥିଲା ବେଳେ ବୁଧବାର କଳସ୍ଥାପନ ଅଙ୍କୁରାରୋପଣ, ଘଟସ୍ଥାପନ ହେବା ଯଜ୍ଞ କାର୍ଯ୍ୟ ହୋଇଥିଲା ।
ଅନୁଷ୍ଠିତ ପୂଜାକାର୍ଯ୍ୟକୁ ମାଆଙ୍କ ପୂଜକ ଶରତକୁମାର ପଣ୍ଡା ପୂଜାର୍ଚ୍ଚନା କରିଥିଲା ବେଳେ ଯଜ୍ଞକାର୍ଯ୍ୟ ଗୋପୀନାଥ ପାଢି, ଅଜୟ ଶତପଥୀ ଓ ହୃଷିକେଶ ମିଶ୍ର ପ୍ରମୁଖ ପର୍ଯ୍ୟାୟକ୍ରମେ ନିର୍ବାହ କରିବା ସହ ସଂପୃକ୍ତ ବ୍ରାହ୍ମଣଙ୍କ ଦ୍ୱାରା ଶୁକ୍ରବାର ରାତି ୯ଟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା । କରୋନା ପାଇଁ ୯ଦିନ ବାପୀ ପୂଜା ଉତ୍ସବକୁ ନିରାଡମ୍ବରଭାବେ କରାଯାଇଥିଲା ବେଳେ ପୂଜାସ୍ଥଳକୁ କର୍ତା କି ଶ୍ରଦ୍ଧାଳୁ ଭକ୍ତଙ୍କୁ ନିଷେଧ କରାଯାଇଥିଲା । ନିୟମନ ଅନୁଯାୟ ନବମ ଦିବସରେ ଯଜ୍ଞ ଭସ୍ମକୁ ପୂଣ୍ୟତୋୟା ବୈତରଣୀ ନଦୀର ଘଷିପୁରା ସ୍ଥିତ ଝାଡେଶ୍ୱର ଘାଟରେବିସର୍ଜନ କରାଯିବାକୁ କଥା ହେଲେ କରୋନା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆଜି ଆରମ୍ଭ ହେତୁ କେନ୍ଦୁଝର ଜିଲା ଘଷିପୁରା ଘାଟକୁ ଯିବା ସମ୍ଭବ ହୋଇ ନଥିଲା ।
ଫଳରେ ଆଜି ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ମା’ଙ୍କ ପୀଠରେ ପୂଜାର୍ଚ୍ଚନ କରାଯାଇଥିଲା । ଏଥିରେ କର୍ତାଭାବେ ଉମାକାନ୍ତ ରାଉତ ଓ ତାଙ୍କ ସହଧର୍ମୀଣୀ ପ୍ରଭାତୀ ପୂଜାରେ ବସିଥିଲେ । ଅନୁଷ୍ଠିତ ପୂଜା ପରେ ଯଜ୍ଞଭସ୍ମକୁ କମଟି ପକ୍ଷରୁ ସିମିତ ସଦସ୍ୟଙ୍କ ଦ୍ୱାରା ପବିତ୍ର ବ୍ରାହ୍ମଣୀ ନଦୀର ଶାଖା ଖରସ୍ରୋତା’ର ଯୋକଡିଆ ଘାଟରେ ବିସର୍ଜନ କରାଯାଇଥିଲା । ଏହି କାର୍ଯକ୍ରମରେ କମିଟିର ସଭାପତି ପ୍ରଭାତକୁମାର ମଲ୍ଲିକ, ଉପସଭାପତି ଉମାକାନ୍ତ ରାଉତ, ଚକ୍ରଧର ପାଢି, ସଂପାଦକ ନନ୍ଦକିଶୋର ସାହୁ, ସହସଂପାଦକ ଅକ୍ଷୟକୁମାର ସାହୁ, ଯୁଗ୍ମସଂପାଦକ ଟୁକୁନା ବଳ, କୋଷାଧ୍ୟକ୍ଷ ବାବନଚନ୍ଦ୍ର ମଲ୍ଲିକ, ନରୋତମ ଜେନା, ପୁରୁଷୋମ ନାୟକ, ସନାତନ ରଥ, ଗିରିଧରୀ ସାହୁ, ନାରାୟଣଚନ୍ଦ୍ର ପାଳ, ପ୍ରଦୀପ୍ତ ବିଶ୍ୱାଳ, ବାବାଜୀଚରଣ ସାହୁ, ରାମଚନ୍ଦ୍ର ପଟ୍ଟୁ, ବିନୋଦକୁମାର ଦାସ ପ୍ରମୁଖ ସିମିତ ସଦସ୍ୟଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ପରୋକ୍ଷରେ କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟଙ୍କ ସମେତ ତରାପୁର, ରାଧାନଗର, ଲକ୍ଷ୍ମୀନଗର, କୃଷ୍ଣନଗର, ଭିକିପୁର, ବାଲିଆପଶି ଆଦି ସମଗ୍ର ଲକ୍ଷ୍ମୀନଗର ପାଂୟତର ଗ୍ରାମବାସୀ ସହଯୋଗ କରିଥିଲେ ।