No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ବାଙ୍କୀ :- ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତରେ ବ୍ୟାପକ ସରକାରୀ ଆବାସ ଯୋଜନା ଦୁର୍ନିତି ଓ ଅନୀୟମିତା ନେଇ ଅନ୍ଲାଇନ ମାଧ୍ୟମ ରେ ବାଙ୍କୀପୋଲିସଷ୍ଟେସନରେ ଦେଲେ ଏତଲା । ରାଜ୍ୟ ସରକାର ସମସ୍ତ ପରିବାରଙ୍କୁ ପକ୍କାଘର ଯୋଗାଇବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କ୍କା ଘର ହିତାଧିକାରୀ ଙ୍କୁ ଯୋଗେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ପାଥପୁର ପଞ୍ଚାୟତରେ । ପାଥପୁର ପଞ୍ଚାୟତର ସାମାଜିକ କର୍ମୀ ନିକୁଞ୍ଜ ସୁତାର ଅନଲାଇନ ମାଧ୍ୟମରେ ପୋଲିସ ଷ୍ଟେସନ ରେ ନ ୨୪୪୮୫୦୦୫୦୭୨୧୦୦୦୦୫ ନମ୍ବର ରେ ଅଭିଯୋଗ କରିଛନ୍ତି ।
ପାଥପୁର ପଞ୍ଚାୟତରେ ସରକାରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ସାମାଜିକକର୍ମୀ ଶ୍ରୀ ସୁତାର ପଞ୍ଚାୟତର ପିଇଓ ଯଯାତି ମହାପାତ୍ର ଓ ଜି.ଆର.ଏସ୍ ଗଦାଧର ବର୍ହିଗଞ୍ଜନଙ୍କୁ ଯୋଗାଯୋଗ କରିଥିଲେ । ପାଥପୁର ପଞ୍ଚାୟତରେ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସରକାରୀ ଆବାସ ଯୋଜନାରୁ କଟାଯାଇ ଯୋଗ୍ୟ ହିତାଧିକାରୀଙ୍କ ନାମ ସଂଯୋଗ କରିବା ପାଇଁ ଅନୁରୋଧ କରିଥିଲେ ସାମାଜିକ କର୍ମୀ ।
ପଞ୍ଚାୟତର ପି.ଇ.ଓ ଓ ଜି.ଆର.ଏସ୍ ତାଙ୍କର କୌଣସି କଥାକୁ ନଶୁଣି ପଞ୍ଚାୟତର ଆବାସ ଯୋଜନାରେ ଅର୍ଥ ହଡ଼ପ କିରବା ପାଇଁ ଗରିବ ଓ ଅସହାୟ ଲୋକଙ୍କ ଆବାସ ଯୋଜନାକୁ ବାଟମାରଣା କରୁଥିବା ନେଇ ଏବଂ ରାଜନୈତିକ ସଂସ୍ପର୍ଶରେ ଏଭଳି କାର୍ଯ୍ୟ କରାଯାଉଛି ବୋଲି ସାମାଜିକ କର୍ମୀ ଶ୍ରୀସୁତାର ଅଭିଯୋଗ କରିଥିଲେ । ଏହାକୁ ନେଇ ପି.ଇ.ଓ ଯଯାତି ମହାପାତ୍ର ଅଭିଯୋଗ କଲେ ଫୋନ୍ ମାଧ୍ୟମରେ ଶ୍ରୀ ସୂତାରଙ୍କୁ ମାରିଦେବା ପାଇଁ ଧମକ ଦେଇଥିବା ଅନଲାଇନ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଏ ସଂପର୍କରେ ସୂତାର ବାଙ୍କୀ ଥାନା ଅଧିକାରୀଙ୍କୁ ଏକ କପି ପ୍ରଦାନ କରିଥିବା ଜଣା ପଡିଛି ।
No Result
View All Result