No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ବାଙ୍କୀ :- ବାଙ୍କୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ ଆନୁକୂଲ୍ୟରେ ଶିଶୁ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଗୋପାଳପୁର ଠାରେ ଥିବା ଶିଶୁ ଯତ୍ନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କବି ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଓ ସଂପାଦକ କବିରତ୍ନ ବିଦ୍ୟାଧର ଖଟୁଆଙ୍କ ସଂଚାଳନରେ ଏହି କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ସ୍ୱଂୟଶାସିତ ମହାବିଦ୍ୟାଳୟର ପ୍ରାଣୀବିଭାଗର ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ,ମୁଖ୍ୟ ବକ୍ତା ଭାବରେ ବାଙ୍କୀ ଡମପଡା ବ୍ଲକର ପ୍ରୋଜେକ୍ଟ ମ୍ୟାନେଜର ଅକ୍ଷୟ କୁମାର ଭଟ୍ଟ ,
ସମ୍ମାନୀତ ଅତିଥି ଭାବେ ବେବର୍ତ୍ତା ପୂର୍ଣାନନ୍ଦ ବିଦ୍ୟାପୀଠ, ନରଗାଙ୍ଗାର ପ୍ରଧାନ ଶିକ୍ଷକ ବେଣୁଧର ଦେବତା, ଅଭୟପାଦର ସଂପାଦକ ସୁଦର୍ଶନ ସାହୁ ଓ ପ୍ରକୃତି ବନ୍ଧୁ ଦୀପକ କୁମାର ସାମନ୍ତରାୟ ଯୋଗ ଦେଇଥିଲେ।ଅନୁଷ୍ଠାନର ସଭ୍ୟ ଶକୁନ୍ତଳା ମଲ୍ଲିକ, ଲଲାଟେନ୍ଦୁ ପଣ୍ଡା ଓ ପ୍ରଫୁଲ୍ଲ କୁମାର ବେହେରା, ପ୍ରଫୁଲ୍ଲ କୁମାର ସାହୁ ଓ ବିଦ୍ୟାଧର ଖଟୁଆ ସ୍ୱରଚିତ କବିତା ପାଠ କରି ଶିଶୁ ମାନଙ୍କର ମନ ମୋହିନେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁ କଣ୍ଠଶିଳ୍ପୀ ପ୍ରତ୍ୟୁଷ ମଲ୍ଲିକ ଜଗନ୍ନାଥଙ୍କ ଭଜନ ଗାନକରି ସମସ୍ତଙ୍କୁ ବିଭୁପ୍ରେମରେ ଆପାୟିତ କରିଥିଲେ । ଶିଶୁ ଯତ୍ନକେନ୍ଦ୍ରର ଶିଶୁମାନଙ୍କ ଦ୍ୱାରା ଚିତ୍ରାଙ୍କନ,ସଙ୍ଗୀତ, ଏକକ ନୃତ୍ୟ,ଦଳଗତ ନୃତ୍ୟ ଆଦି ଅନୁଷ୍ଠିତ ହୋଇଥିଲା ।
ଏହାକୁ ସୁରେଶ ଚନ୍ଦ୍ର ଦାସ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର କେନ୍ଦ୍ର ପରିଚାଳକ ଶ୍ରୀରାମ ପ୍ରତୀକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରଶ୍ମି ରଂଜନ ବେହେରା, ଗାୟତ୍ରୀ ମହାପାତ୍ର, ସଞ୍ଜୀବ ମହାନ୍ତି, ଦେବଶ୍ରୀ ପଣ୍ଡା, ତୁଷାର ପିରୋଇ,କୁସୁମ ବାରିକ,ବିନୋନ୍ଦିନୀ ନାୟକ ଓ ସୁଶାନ୍ତ ମଲ୍ଲିକ ସହାୟତା ପ୍ରଦାନ କରିଥିଲେ । ପରିଶେଷରେ ଶିଶୁ ମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା ।
No Result
View All Result