No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର) ରଣପୁର ରିପୋର୍ଟ /ଅଭିମନ୍ୟୁ :- ରଣପୁର ବ୍ଲକ କଂଗ୍ରେସ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ଉତ୍ସବରେ ସ୍ଥାନୀୟ ବ୍ଲକ ଛକ ମହାବୀର ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଜାତୀୟ ପତାକା ଉତ୍ତୋଳନ କରି ରଣପୁର ବ୍ଲକ ତହସିଲରେ ଦୁର୍ନୀତି,ଭ୍ରଷ୍ଟାଚାର, ଅନିୟମିତତା ପ୍ରାକୃତିକ ସମ୍ପଦ ଲୁଟ, ନିମ୍ନମାନର ଚାଉଳ ଯୋଗାଣ,ବ୍ୟାପକ ଲାଞ୍ଚ ପିସି କାରବାରଚଢା ଦରରେ ୟୁରିଆ ସାର ବିକ୍ରି,ଶିକ୍ଷା ସ୍ୱାସ୍ଥ୍ୟ ଜଳସେଚନ ବିପର୍ଯ୍ୟସ୍ତ ବ୍ୟବସ୍ଥା ଏବଂ ରାଜନୈତିକ ଚାପରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ପୋଲିସର ଅସହାୟତା ବିରୁଦ୍ଧରେ ଜନ ଆନ୍ଦୋଳନ କରିବା ପାଇଁ କଂଗ୍ରେସ ନେତୃବୃନ୍ଦ ଦଳୀୟ କର୍ମୀ ଅମର ସହୀଦ ରଘୁଦିବାକରଙ୍କ ଭଳି କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ l

ଏହି ଜାତୀୟ କାର୍ଯ୍ୟକ୍ରମରେ ରଣପୁର ବ୍ଲକ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ଜେନା, ଜିଲ୍ଲା କିସାନ କଂଗ୍ରେସ ଅଧ୍ୟକ୍ଷ ଧ୍ରୁବଚରଣ ପରିଡା,ରାଜ୍ୟ ଯୁବ ଆଇଏନଟିୟୁସି ସଭାପତି ସତ୍ୟ ନାୟକ,ରାଜ୍ୟ ସମ୍ପାଦକ ଜିଲ୍ଲା କଂଗ୍ରେସ ଉପ ସଭାପତି ସୁରେନ୍ଦ୍ରନାଥ କଳସ, ଶତ୍ରୁଘ୍ନ ପାଇକରାୟ, ପ୍ରତିମା ଜେନା,ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ମୀରା ଆବୁବକର ସିଦ୍ଧିକ, ବାଳକୃଷ୍ଣ ଷଡ଼ଙ୍ଗୀ,ବିଭୁତି ଜେନା ଅନିଲ ବିଶ୍ୱାଳ, ଛାତ୍ର କଂଗ୍ରେସ ନେତା ଅନିଲ ଛୁଆଳସିଂହ, ସନ୍ଦୀପ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ l ଅମର ସହୀଦ ରଘୁଦିବାକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ଥିଲା l

No Result
View All Result