ମାହାଙ୍ଗା (ଓଡିଶା ତାଜା ନ୍ୟୁଜ୍ ) ମାହାଙ୍ଗା,ଏପ୍ରିଲ 15.4.2020, ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ :- କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ ଡାଉନ ଯୋଗୁ ଅଚଳା ବସ୍ତା ଜାରିରହିଛି , ରାଜ୍ୟର ଆର୍ଥିକ ସ୍ଥିତି ଧୀରେ ଧୀରେ ଦୁର୍ବଳ ହେଉଥିବାବେଳେ କରୋନା ର ମୁକାବିଲା ପାଇଁ ମାହାଙ୍ଗା ବ୍ଲକ ନାହାଙ୍ଗ ପଂଚାୟତ ଡ଼ିହିଗୋପ ଗ୍ରାମବାସୀ ଓ ଏହି ଗ୍ରାମରେ ଥିବା ଏ ଜେ ଆଗ୍ରୋ କମ୍ପାନୀର ପରିଚାଳନା ନିର୍ଦେଶକ କୁନଚନ୍ଦ୍ର ଦାସ ସହଯୋଗରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦଶ ହଜାର ତାଙ୍କ ପ୍ରଦାନ କରାଯାଇଛି, ଏହି ଅବସରରେ ଏ ଜେ ଆଗ୍ରୋ କମ୍ପାନୀର ପରିଚାଳନା ନିର୍ଦେଶକ କୁନଚନ୍ଦ୍ର ଦାସ, ନାହାଙ୍ଗ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ ପ୍ରମୁଖ ମାହାଙ୍ଗା ବିଡ଼ିଓ ନିହାରଞ୍ଜନ ମଲିକ ଙ୍କୁ ଅତିରିକ୍ତ ତହସିଲଦାର ଦିଲୀପ ନାୟକ, ଅଭିରାମ ମୁର୍ମୁ ଙ୍କ ଉପସ୍ତିତିରେ ଦଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ, ଏଥି ସହ ପୂର୍ବରୁ ଶ୍ରୀ ଦାସ ଙ୍କ ସହଯୋଗରେ ଡ଼ିହିଗୋପ ଗ୍ରମକୁ ହାଇଡ୍ରୋ କ୍ଲୋରାଇଡ ଏସିଡ ସ୍ପ୍ରେ କରାଯାଇ ସମ୍ପୂର୍ଣ ଗ୍ରାମକୁ ବିଶୋଧନ କରାଯାଇଥିଲା, ଶ୍ରୀ ଦାସ ଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି