No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ନୟାଗଡ଼ :- ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ନିଜସ୍ବ ଭବନରେ ୭୫ ତମ ସ୍ବାଧୀନତା ଦିବସ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ କୋଭିଡ ଗାଇଡ ଲାଇନକୁ ଅନୁପାଳନ କରି ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରି ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ
ଉପଲକ୍ଷେ ସ୍ବାଧୀନତା ଦିବସର ତାତ୍ପର୍ଯ୍ୟ ଓ ସ୍ବାଧୀନତା ସଂଗ୍ରାମୀ ମହାପୁରୁଷ ମାନଙ୍କ ଅମରଗାଥା ବିଷୟରେ ବକ୍ତବ୍ଯ ରଖିଥିଲେ । ଏହି ସ୍ବାଧୀନତା ଦିବସ ପାଳନ ପାଇଁ ଗତକାଲି ଅନଲାଇନ୍ ମାଧ୍ଯମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଭାଗ ନେଇଥିବା ସମସ୍ତ ପ୍ରତିଯୋଗି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ( ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result