No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର) ରଣପୁର ରିପୋର୍ଟ /ଅଭିମନ୍ୟୁ :- ୧୯୪୭ ମସିହା ଅଗଷ୍ଟ ୧୫ ରିଖ ଆମ ଦେଶ ଭାରତ ର ସ୍ୱାଧୀନତା ପରେ ସେହିଦିନ ଠାରୁ ଅଗଷ୍ଟ ୧୫କୁ ଭାରତରେ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ । ଏହି କାର୍ଯ୍ୟକ୍ରମ ରେ ଆମ ଭାରତ ମାତା ର ଗର୍ବ ଗୌରବ ତ୍ରିରଙ୍ଗା କୁ ସମ୍ମାନ ଜଣାଇବା ସହ ଭାରତର ସବୁ ସମ୍ପ୍ରଦାୟ ତଥା ସବୁ ଧର୍ମାବଲମ୍ବୀର ଲୋକ ଏକତା ର ସ୍ୱର ରେ ଜାତୀୟ ସଙ୍ଗୀତ ଗାନ କରିଥାନ୍ତି । ତେବେ ଆଜିକୁ ୭୫ ବର୍ଷ ର ପୂର୍ତ୍ତି ସ୍ୱାଧୀନତା ଦିବସ ସାରା ଦେଶରେ ପାଳନ କରାଯାଇଛି ।
ସାରା ଦେଶ ଆଜି ତ୍ରିରଙ୍ଗା ପତକା ତଳେ ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଛି । ସେହିପରି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ , ଆସୋସିଏସନ , ବଜାର କମିଟି , ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପତକା ଉତ୍ତୋଳନ କରାଯାଇଛି । ସେପରି ରଣପୁର ର ରଘୁ ଦିବାକର ଆସୋସିଏସନ ଦୀର୍ଘ ୩୦ ବର୍ଷ ଧରି ସ୍ୱାଧୀନତା ଦିବସ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ ୭୫ ତମ ସ୍ୱାଧୀନତା ଦିବସ ପାଳନ ହୋଇଛି ।
ସକାଳ ୬ . ୪୫ ମିନିଟ ରେ ଆସୋସିଏସନ ର ସଭାପତି ବରିଷ୍ଠ ସଭାପତି ତଥା ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର ପତକା ଉତ୍ତୋଳନ କରି ରଣପୁର ର ସର୍ବାଙ୍ଗୀନ ଉନ୍ନତି ପାଇଁ ରଘୁ ଦିବାକର ର ସଦସ୍ୟ ମାନେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ସନ୍ତୋଷ କୁମାର ସାହୁ , ସୁଶାନ୍ତ କୁମାର ମହାପାତ୍ର , ତ୍ରିନାଥ ବାରିକ , ବୈକୁଣ୍ଠ ପାତ୍ର ,ସାମ୍ବାଦିକ ଅଭିମନ୍ୟୁ ମହାରଣା ଏବଂ ଆସୋସିଏସନ ର ସଦସ୍ୟ ଇତ୍ୟାଦି ଉପସ୍ଥିତ ଥିଲେ ।
ଏବଂ ପରବର୍ତ୍ତୀ ସମୟରେ ୭ ଟା ୩୦ ରେ ଗଣେଷ ଟ୍ୟୁଟୋରିଆଲ ର ପତକା ଉତ୍ତୋଳନ କରି ପିଲା ମାନଙ୍କୁ ସ୍ବାଧିନତା ଦିବସ ଅବସରରେ ଭାଷଣ ଦେବା ସହ ପିଲା ମାନଙ୍କୁ ଶିକ୍ଷା ଓ ସାମାଜିକ ନୀତି ବିଷୟରେ ଅବଗତ କରାଇଥିଲେ । ଏଥିସହ ସେମାନେ ଭଲ ମଣିଷ ହୋଇ ଦେଶ ର ଯଶ ରଖିବା ଦିଗରେ ନିଜକୁ ନିୟୋଜିତ କରିବେ ବୋଲି ଆହ୍ୱାନ ଦେଇଥିଲେ । ତତପରେ ଶାମୁକାସାହିସ୍ଥ ସ୍ବପ୍ନେଶ୍ୱର ପାଠାଗାର ର ସଦସ୍ୟ ମାନଙ୍କ ସହ ୮ .୧୫ ମିନିଟ ରେ ସୁରେଶ ଚନ୍ଦ୍ର ମିଶ୍ର ସେଠାରେ ପତକା ଉତ୍ତୋଳନ କରିଥିଲେ ।
ସେହି ଅନୁଷ୍ଠାନ ଦାୟିତ୍ୱ ରେ ଥିବା ସମସ୍ତ ସଦସ୍ୟ ସୁଶାନ୍ତ ମହାପାତ୍ର , ଟିକିନା ମିଶ୍ର , ସନ୍ତୋଷ କୁମାର ସାହୁ , ମାଧବ ଆଦି ଉପସ୍ଥିତ ରହି ସ୍ବପ୍ନେଶ୍ୱର ପାଠାଗାର ରଣପୁରରେ କିଭଳି ଏକ ଉପଯୁକ୍ତ ପାଠାଗାର ହୋଇ ଠିଆ ହେବ ଏହା ଉପରେ ବହୁ ଗୁରୁତ୍ୱ ଦେଇଥିଲେ ଶ୍ରୀ ମିଶ୍ର । ତତପରେ ୮.୩୦ ରେ ମଣିନାଗ ସପ୍ଲାୟରର୍ସ ଟ୍ରକ ଆସୋସିଏସନ ରେ ସୁରେଶ ଚନ୍ଦ୍ର ମିଶ୍ର ପତକା ଉତ୍ତୋଳନ କରି ସେମାନଙ୍କ ବ୍ୟବସାୟ ରେ ନିୟୋଜିତ ହୋଇ
ସେମାନଙ୍କ ବୃତ୍ତି କୁ ବଜାୟ ରଖିବା ସଙ୍ଗେ ସଙ୍ଗେ ଦେଶ ଓ ରଣପୁର ମାଟି ପାଇଁ କେଉଁ ଭଳି ଭାବରେ କାମ କରିବେ ଓ କରୋନା ବିଭୀଷିକା ସମୟରେ ନିଜକୁ ସୁରକ୍ଷିତ ରଖି ଅନ୍ୟ ମାନଙ୍କୁ ସୁରକ୍ଷା ଦେବାରେ ସହାୟକ ହେବେ ବୋଲି ମତାମତ ଦେଇଥିଲେ । ତେବେ ଆଜିର ଏହି ରଘୁ ଦିବାକର ଆସୋସିଏସନ ର ସଭାପତି ତଥା ଆଇନଜୀବୀ ଓ ବରିଷ୍ଠ ନେତା ସୁରେଶ ଚନ୍ଦ୍ର ମିଶ୍ର ୪ ଟି ଅନୁଷ୍ଠାନ ରେ ପତକା ଉତ୍ତୋଳନ କରିଥିଲେ ଏବଂ ସେମାନଙ୍କ କାର୍ଯ୍ୟ ଶୈଳୀ କିଭଳି ହେବା ଆବଶ୍ୟକ ଏହା ଉପରେ ଲୋକଙ୍କୁ ଅବଗତ କରାଇଥିଲେ ।
No Result
View All Result