No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର) ରଣପୁର ରିପୋର୍ଟ /ଅଭିମନ୍ୟୁ :- ରଣପୁର ରେ କୋଭିଡ କଟକଣା କୁ ନଜର ରେ ରଖି ୧୦୦ ଲୋକଙ୍କ ମଧ୍ୟରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ଚଳିତ ବର୍ଷ କରୋନା ପାଇଁ ବହୁ କଟକଣା ର ସହକାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିବା ବେଳେ
ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପଞ୍ଚୁଦୋଳ ପଡିଆ ସହିଦ ମଣ୍ଡପ ଠାରେ ପତକା ଉତ୍ତୋଳନ କରିଥିଲେ । ଏବଂ ଆଜିର ଏହି କାର୍ଯ୍ୟକ୍ରମ ରେ କରୋନା ନିୟମନୁସାରେ କୌଣସି ଶିକ୍ଷାନୁଷ୍ଠାନ ଏବଂ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ଉପରେ ରୋକ ଲଗାଯାଇଥିଲା
ବେଳେ କେବଳ ରଣପୁର ଥାନା ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ , ଅଗ୍ନିଶମ ବିଭାଗ ର କର୍ମଚାରୀ, ଅଙ୍ଗନୱାର୍ଡି କର୍ମୀ , ମିଡ଼ିଆ ଭାଇ ମାନେ ଉପସ୍ଥିତ ରହି କାର୍ଯ୍ୟଟିକୁ ସୁଚାରୁରୂପେ ଶେଷ କରିଥିଲେ ।
No Result
View All Result