ଭୁବନେଶ୍ୱର/ସମ୍ବଲପୁର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ପରଲୋକ – ମଙ୍ଗଳବାର, ଏପ୍ରିଲ 14.4.2020 :- ସମ୍ବଲପୁର, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ସମ୍ବଲପୁରର ହୀରାକୁଦ କଲୋନୀ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । କିଛିଦିନ ହେଲା ସେ ବିଭିନ୍ନ ପ୍ରକାର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ।

ସନାତନ ୧୯୯୪ରୁ ୨୦୦୦ ମସିହା ଯାଏ ରାଜ୍ୟସଭା ସଦସ୍ୟ ଥିଲେ । ୨୦୦୦ ମସିହାରେ ବିଜେଡି ପକ୍ଷରୁ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଆସନରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ । ଏହା ପରେ ୨୦୦୪ରେ ସେ ପୁଣି ଥରେ ଏହି ଆସନରୁ ବିଜୟୀ ହୋଇଥିଲେ । ୨୦୦୮ ମସିହାରୁ ଦ୍ୱିତୀୟ ଥର ବିଜୟୀ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ପରେ ସେ ଆଉ ନିର୍ବାଚନ ଲଢ଼ି ନଥିଲେ । ତାଙ୍କ ପରଲୋକରେ ବିଭିନ୍ନ ବର୍ଗର ଲୋକେ ଶୋକ ପ୍ରକାଶ କରିଛନ୍ତି ।