No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ, ବୁଧବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ କୁଆଁରିଆ ଡ୍ୟାମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆଗାମୀ ଏନ୍ ଏ ସି, ଓ ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି କିପରି ବାଜିମାତ କରିବା ସେ ସମ୍ପର୍କରେ କର୍ମୀ ମାନଙ୍କୁ ବିଜୟ ମନ୍ତ୍ର ପ୍ରଦାନ କରିଥିଲେ ।

ତତ୍ ସହିତ ସଂଗଠନ କୁ ଅଧିକରୁ ଅଧିକ ସୁଦୃଢ଼ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଅଧିକ ଶକ୍ତ କରିବା ପାଇଁ କର୍ମୀମାନେ ଏକ ହୋଇ ଲଢ଼ିବାକୁ ମନ୍ତ୍ରୀ ଓ ଦଶପଲ୍ଲା ବିଧାୟକ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର,ମହିଳା ବିଜେଡ଼ି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ,

ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ,ଦଶପଲ୍ଲା ବ୍ଲକ୍ ପୂର୍ବତନ ଏନ ଏ ସି ଅଧ୍ୟକ୍ଷା ବବିତା ସାହୁ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ବରିଷ୍ଠ ସଂଗଠକ ଦିଲ୍ଲୀପ କୁମାର ଦଳ ବେହେରା, ସଞ୍ଜୟ କୁମାର ସାହୁ ଙ୍କ ସମେତ ତିନୋଟି ବ୍ଲକ୍ ର ବିଜୁ ଜନତା ଦଳର ବ୍ଲକ୍ ସଭାପତି ଛାତ୍ରଙ୍କ ସମେତ,

ଯୁବ ଛାତ୍ର ସଭାପତି ,କର୍ମକର୍ତ୍ତା ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ।ଉପସ୍ଥିତ ଥିବା ସମସ୍ତ କର୍ମୀ ମାନଙ୍କ ମଧ୍ୟରେ ଗୋଟିଏ କଥା ଥିଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିଧାୟକ ଭାବେ ରମେଶ ଚନ୍ଦ୍ର ବେହେରା ବିଜୟୀ ହେବା ପରେ ବିଜେଡ଼ି ସଂଗଠନ ଅଧିକ ସୁଦୃଢ଼ ହେବା ସହ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )

No Result
View All Result