ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) ନୟାଗଡ଼ ଜିଲ୍ଲା ସୋମବାର, ଏପ୍ରିଲ 13.4.2020 :- ନୟାଗଡ଼ ଜିଲ୍ଲା ରେ ଆଜି ମନ୍ତ୍ରୀ ଡ଼ ଅରୁଣ ସାହୁ କୋଭିଡ ହସ୍ପିଟାଲ ର କଣ୍ଟ୍ରୋଲ ରୁମ କୁ ଗସ୍ତ କରି ତଦାରଖ କରିଥିଲେ । ମନ୍ତ୍ରୀ ଡ଼ ସାହୁ ପ୍ରଥମେ ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ସବୁ ୱାର୍ଡ ସାନିଟାଇଜ ହେଉଥିବା ରୋଗୀଙ୍କ ଠାରୁ ଜାଣିବାକୁ ପାଇଥିଲେ । ତାପରେ କଣ୍ଟ୍ରୋଲ ରୁମ କୁ ଯାଇ ଜିଲ୍ଲା ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଜିଲ୍ଲା କୋଭିଡ କଣ୍ଟ୍ରୋଲ ରୁମ ର ନୋଡାଲ ଅଫିସରଙ୍କ ଙ୍କ ଠାରୁ ବୁଝିଥିଲେ ।
ଜିଲ୍ଲା ପ୍ରଶାସନ ତରଫରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସନ୍ତୋଷ ପ୍ରକାଶ କରିବା ସହ ସରକାରଙ୍କ ନିୟମ କୁ ମାନି ସମସ୍ତେ ଘରେ ରୁହନ୍ତୁ ବୋଲି ପରାମର୍ଶ ଦେଇଥିଲେ । ମନ୍ତ୍ରୀ ଙ୍କ ଗସ୍ତ ସମୟରେ ହସ୍ପିଟାଲ ର ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ଥିଲେ । ସାରା ବିଶ୍ୱରେ କରୋନା ରୋଗ କାୟା ବିସ୍ତାର କରିବାରେ ଲାଗିଛି । ଏହି କରୋନା ରୋଗକୁ ମୁକାବିଲା କରିବା ପାଇଁ ଓଡିଶା ସରକାର ବିଭିନ୍ନ ଜିଲ୍ଳା ରେ କୋଭିଡ ହସ୍ପିଟାଲ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିଛନ୍ତି ।