- ରାଜ୍ୟରେ ଚିହ୍ନଟ ହୋଇଥିବା ଚାରି କରୋନା ପଜିଟିଭ୍ ଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳ ର ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସ୍ପଷ୍ଟ କରିଛନ୍ତି ।
ଭୁବନେଶ୍ୱର , ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) ଭୁବନେଶ୍ୱର ରବିବାର, ଏପ୍ରିଲ 12.4.2020 :- ରାଜ୍ୟରେ ଚିହ୍ନଟ ହୋଇଥିବା ଚାରି କରୋନା ପଜିଟିଭ୍ ଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳ ର ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସ୍ପଷ୍ଟ କରିଛନ୍ତି । ଫଳରେ କେନ୍ଦ୍ରାପଡା ଜିଲ୍ଲା ଜିଲ୍ଲାରୁ କରୋନା ପଜିଟିଭ୍ ସଂଖ୍ୟା ଦୁଇ କୁ ବୃଦ୍ଧି ପାଇଛି । ଏହି ମହିଳା ଜଣଙ୍କ ବାହାର ରାଜ୍ୟ କୁ ଯାଇଥିଲେ । ସେଠାରୁ ଫେରିବା ପରେ କ୍ୱାରେନ୍ଟାଇନ୍ ରେ ଥିଲେ ଓ ସ୍ୱାବ ନମୂନା ପରୀକ୍ଷା ପରେ କରୋନା ଆକ୍ରାନ୍ତ ରେ ଥିବା ଜଣା ଯାଇଛି । ଜିଲ୍ଲାପାଳ କହିଛନ୍ତି ଏହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ସ୍ୱାବ୍ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏହାବ୍ୟତୀତ ମହିଳାଙ୍କ ଗାଁ ଓ ପାଖରେ ଥିବା ଆଉ ଏକ ଗାଁକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଇଛି । କେହି ଭୟଭୀତ ନହେବା ପାଈଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।