ଭୁବନେଶ୍ୱର , ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) ଭୁବନେଶ୍ୱର ରବିବାର, ଏପ୍ରିଲ 12.4.2020 :- ବିଶ୍ୱରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିବା ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଅଣୁ, କ୍ଷୁଦ୍ର,ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକରେ ଅଚଳା ବସ୍ଥା ସୃଷ୍ଟି ହୋଇଛି ଏ ସମ୍ପର୍କରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଏବଂ ରାଷ୍ଟ୍ରମନ୍ତ୍ରୀ ଫଗୁନ୍ ସିଂ କୁଳସ୍ତେଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ।
ରାଜ୍ୟରେ ଏମ୍ଏସ୍ଏମ୍ଇ ଗୁଡ଼ିକ କରୋନା ପାଇଁ ବିଶେଷ ପ୍ରଭାବିତ ହୋଇଛନ୍ତି । ଲକଡାଉନ ପାଈଁ ଶ୍ରମିକ ମାନେ କାର୍ଯ୍ୟ ହରାଇ ହାତ ବାନ୍ଧି ବସିଛନ୍ତି ଏହି କ୍ଷେତ୍ର ଉପରେ ନିର୍ଭର କରି ଜୀବିକା ଉପାର୍ଜନ କରୁଥିବା ବୃହତ ବର୍ଗ ଅର୍ଥନୀତି ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇ ଯାଇଛି । କରୋନା ପରେ ଅବସ୍ଥା ସ୍ୱାଭାବିକ ହେଲେ ଏହି କ୍ଷେତ୍ରକୁ ପୁଣି କିପରି ସଚଳ କରାଯିବ ସେଥିପାଇଁ କେନ୍ଦ୍ର ସହଯୋଗ କରିବା ପାଇଁ ଦିବ୍ୟ ଶଙ୍କର ଅନୁରୋଧ କରିଛନ୍ତି । ରାଜ୍ୟରେ ଅଣୁ, କ୍ଷୁଦ୍ର,ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ସ୍ୱାଭାବିକ ଅବସ୍ଥା କୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ପ୍ୟାକେଜ ର ଘୋଷଣା ପାଈଁ ପ୍ରସ୍ତାବ ଦେଇଛନ୍ତି ।