କୋରାଇ, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) ‘ଲକଡାଟନ’ କୋରାଇରୁ ରଶ୍ମିରେଖା ମଲ୍ଲିକ- ରବିବାର, ଏପ୍ରିଲ 12.4.2020 :- କୋରାଇ ବ୍ଲକ ଅନ୍ତର୍ଗତ କନ୍ତୋର ପଂଚାୟତସ୍ଥିତ ପୂର୍ବକୋଟ ଶନିବାର ସାପ୍ତାହିକୀ ହାଟ କରୋନା ପାଇଁ ବନ୍ଦ କରାଯାଇଥିଲା ବେଳେ ‘ଲକଡାଟନ’ ପାଇଁ କେବଳ ଅତ୍ୟାବଶକୀୟ ବ୍ୟବସାୟ କରାଯିବାକୁ ନିର୍ଦେଶିତ ହୋଇଥିଲା ।
ହେଲେ ଅମାନିଆ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ସାମଜିକ ଦୂରାତ ରଖାଯାଉନଥିବା ଖବର ପାଇ ଆଜି ପ୍ରଶାସନପକ୍ଷରୁ ଅଚାନକଭାବେ ହାଟଉପରେ ଚଢାଉ କରାଯାଥିଲା । ମହାମାରି କୋରାନା ପାଇଁ ମାର୍ଚ୍ଚ ୨୧ ତାରିଖରୁ ଏହି ଶନିବାର ହାଟକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା ବେଳେ ‘ଲକ ଡାଉନ’ ପରି ପ୍ରେକ୍ଷିରେ ପୁଣି ହାଟ ହେବା ନେଇ ନିର୍ଦେଶ ହୋଇଥିଲା । ହେଲେ ଏଠାରେ କେବଳ ପରିବା ଓ ଗ୍ରୋଷରୀ ଅତ୍ୟାବଶ୍ୟକୀୟ ଦୋକାନ ଖୋଲାଯାଇ ସକାଳ ୬ଟାରୁ ୧୦ଟା ଯାଏ ଚାଲୁ ରହିବ । ଦୋକାନୀ ଗ୍ରାହକଙ୍କ ପାଇଁ ସାମାଜିକ ଦୂରତ ଅନୁଯାଇ ଗୋଲାକୃତି କରିବେ । ପ୍ରତ୍ୟେକଙ୍କ ଠାରୁ ୨ମିଟର ଦୂରତା ବ୍ୟବଧାନରେ ରହିବା ସହ ମାସ୍କ ବ୍ୟବହାର କରିବାକୁ ନିୟମ ପ୍ରଦର୍ଶିତ ହୋଇଥିଲା ।
ଆଜି ଏହି ଏହି ହାଟରେ ଆମନିଆ ଭାବେ ଗ୍ରାହକମାନେ ବହୁସଂଖ୍ୟାରେ ରୁଣ୍ଡିଭୁତ ହେଉଥିବା ଖବର ପାଇଁ କୋରାଇ ବିଡିଓ ଶ୍ୱୋତା ସ୍ନିଗ୍ଧା, ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ, ବ୍ୟାସନଗର ତହସିଲଦାର ଓ କୋରାଇ ଥାନା ଅଧିକାରୀ ରଣଜିତକୁମାର ମହାନ୍ତିଙ୍କ ସମତେ ପ୍ରଶାସନିକ ଅଧିକାରୀମାନେ ଅଚାନକଭାବେ ହାଟରେ ପହଂଚିଥିଲେ । ସେମାନଙ୍କୁ ଦେଖି ଦୋକାନୀ ସମ୍ମୁଖରେ ଛିଡାହୋଇଥିବା ଅମାନିଆ ଗ୍ରାହକମାନେ ଭୟରେ ଏଣେ ତେଣେ ଧାଁ ଦୌଡ କରିଥିଲେ । ଅଧିକାରୀମାନେ ଗୁଳାରେ ରହି କିଣିବାକୁ କହିବା ସହ ବେପାରିଙ୍କୁ ନିୟମାନୁଯାୟୀ ବିକ୍ରିକରିବାକୁ ତାଗିଦ କରିଥିଲେ । ଏଥିରେ ବ୍ୟତିକ୍ରମ କଲେ ବ୍ୟବସାୟୀଙ୍କ ନାମରେ ମମଲା ରୁଜୁହେବା ସହ ସାମଗ୍ରୀକୁ ଜବତ କରାଯିବ ବୋଲି ଧମକ ଦେଇଥିଲେ । ଏହି ସମୟରେ ସ୍ଥାନୀୟ ସରପଂଚ ରୁନୁ ଭୂୟାଁ ଉପସ୍ଥିତ ଥିଲେ ।