- ନୟାଗଡ ଜିଲା ରଣପୁର ବ୍ଲକର ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମରେ ଗତକାଲି ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଉତ୍ୟକ୍ତ ଗ୍ରାମବାସୀମାନେ ଥାନା ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବିରେ ଧାରଣାରେ ଦେଇଥିବା ଜଣାଯାଇଛି ।
ନୟାଗଡ ଜିଲା ରଣପୁର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) ଆନନ୍ଦ ପଟ୍ଟନାୟକ, ଚାନ୍ଦପୁର ଥାନା, ଶନିବାର, ଏପ୍ରିଲ 11.4.2020 :- ନୟାଗଡ ଜିଲା ରଣପୁର ବ୍ଲକର ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମରେ ଗତକାଲି ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଉତ୍ୟକ୍ତ ଗ୍ରାମବାସୀମାନେ ଥାନା ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବିରେ ଧାରଣାରେ ଦେଇଥିବା ଜଣାଯାଇଛି ।
ଖବର ନେବାରେ ଜଣାଯାଏ ଗତକାଲି ରାଇପଡା ନିକଟସ୍ଥ କଦମ୍ବ ଝୋଲାରେ କାଜୁ ବଗିଚାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨୦ ରୁ ଉର୍ଦ୍ଧ ଲୋକ ଟାଙ୍ଗୀ ସମେତ ଭୁବନେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗତକକାଲି ସଂନ୍ଧ୍ୟାରେ ଭୁବନେଶ୍ୱେର ମେଡିକାଲରେ ମୃତ୍ୟୁବରଣ କରିଥିବା ବିରଞ୍ଚି ପ୍ରଧାନଙ୍କ ଶବକୁ ଗ୍ରାମବାସୀମାନେ ଆଜି ଥାନା ସମ୍ମୁଖରେ ରଖି ୧୫ ଲକ୍ଷ ଟଙ୍କା କ୍ଷତି ପୂରଣ ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।
ପରେ ଏହାର ଖବର ପାଇ ନୟାଗଡ ଉପ-ଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ନୟାଗଡ ଏସ.ପି. ପ୍ରତ୍ୟୁଷ ଦିୱାକର, ସ୍ଥାନୀୟ ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକ ପ୍ରମୂଖ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ରାଉତ ରେଡକ୍ରସରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ସରକାରୀ ନୀତି ଅନୁଯାୟୀ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଲା ପରେ ଗ୍ରାମବାସୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ । ଅପରପକ୍ଷରେ ଏହି ହତ୍ୟା ଘଟଣାରେ ରାଇପଡା ଅଞ୍ଚଳର ଜୈନିକ ରାଜନୈତିକ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ହୋଇଥିବା ଅଭିଯୋଗ ହେଉଥିବା ବେଳେ ଘଟଣାର ୨ ଦିନ ପରେ ମଧ୍ୟ କାହାରିକୁ ଗିରଫ କରି ନ ପାରିବା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।