No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ରଣପୁର :- ବିଧାୟକ ସତ୍ୟନାରାୟଣ ପ୍ରଧାନ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟଙ୍କ ଅକାଳ ବିୟୋଗ ରେ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏନେଇ କହିଛନ୍ତି କି , ରଣପୁର ବ୍ଲକ ଚମ୍ପପେଡି ଗ୍ରାମର ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟଙ୍କ ହଠାତ୍ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ହେବା ସହିତ ରଣପୁର ଜଣେ କିମ୍ବଦନ୍ତୀ ପୁରୁଷଙ୍କୁ ହରାଇଲା । ତାଙ୍କ ପାଇଁ ଏକ ସ୍ମରଣୀକି ଉନ୍ମୋଚନ ହେବା କଥା ଶୁଣି ବହୁତ ଖୁସି ଓ ଆନନ୍ଦିତ ହେଲି ।
ଏବଂ ଏହି ସ୍ମରଣୀକା ରଣପୁର ବ୍ଲକର ଜନସାଧାରଣ ଓ ଯୁବପିଢ଼ିଙ୍କୁ ଏକ ନୂତନ ଦିଗଦର୍ଶନ ଦେବାରେ ସହାୟକ ହେବ । ରଣପୁର ଅଞ୍ଚଳର ବିକାଶ ଓ ପ୍ରଗତି ପଥରେ ତାଙ୍କର ନୀତି ଆଦର୍ଶ ନିଶ୍ଚିତ ଏକ ସଫଳ ରୂପାୟନର ଅନୁସରଣୀୟ ହେବ । ଶେଷରେ ତାଙ୍କର ଦୁଃଖ ସନ୍ତପ୍ତ ପରିବାର ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
No Result
View All Result