1 – ରାଜ୍ୟରେ ଏଯାଏ ୩୨୪୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୮ ଜଣଙ୍କ ପଜିଟିଭ୍ ଆସିଥିଲା । ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୫ ଜଣଙ୍କର ଚାଲିଛି ଚିକିତ୍ସା । ବିଭିନ୍ନ ହସ୍ପିଟାଲରେ ୧୧୩ ଜଣ ଆଇସୋଲେସନରେ ଅଛନ୍ତି ।
2 – ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହି ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୧୨ ଜଣ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ଵର, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ୧୦ ଜଣ ସୁସ୍ଥ ଭୁବନେଶ୍ଵର 11.4.2020 : – ଓଡିଶାରେ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ହେଲେ ଏହା ମଧ୍ୟରେ ରାଜ୍ୟ ପାଇଁ ଆସିଛି ବଡ ଆଶ୍ଵସ୍ତିକର ଖବର । ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ୍ ଆସିଛି । ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୧୨ ଜଣ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କ ମଧ୍ୟରେ ଭୁବନେଶ୍ଵରରୁ ୫ ଜଣ, ଭଦ୍ରକରୁ ୨ ଜଣ ହୋଇଥିବା ବେଳେ କଟକ, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ରୋଗୀ ସାମିଲ ।
ଉଲ୍ଲେଖଯୋଗ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୪୮ ରହିଥିଲା । ହେଲେ ଏବେ ମୋଟ୍ ୧୨ ଜଣ ସୁସ୍ଥ ହେବା ପରେ ଏବଂ ଜଣେ ରୋଗୀଙ୍କ ମୃତ୍ୟୁ ପରେ ସଂପ୍ରତି ହସ୍ପିଟାଲରେ ବାକି ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏହା ପୂର୍ବରୁ ଗତକାଲି ଚାରି ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ଜନତାଙ୍କଠୁ ନେଇ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଥିଲା । ହେଲେ ଆଜି ୧୦ ଜଣ ସୁସ୍ଥ ହେବା ସଭିଙ୍କ ପାଇଁ ବଡ ଆଶ୍ଵସ୍ତିକର ବିଷୟ ହୋଇଛି ।