1 – ରଣପୁର ସଂକ୍ଷିତ ଜଙ୍ଗଲ ମଧ୍ୟରେ ବେତୁଲି ଓ ଶଙ୍ଖଯୋଡି ସୀମାରେ ପେଟ୍ରୋଲିଙ୍ଗ କଲାବେଳେ ଏକ ହାତୀ ଛୁଆର ଗଳିତ ଶବ ଦେଖିବାକୁ ପାଇଥିଲେ ।
ନୟାଗଡ଼ ଜିଲ୍ଲା, ରଣପୁର, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ବେତୁଲି ଓ ଶଙ୍ଖଯୋଡି 9-4-2020 ଏପ୍ରିଲ , ଗୁରୁବାର : – ନୟାଗଡ଼ ଜିଲ୍ଲା ରଣପୁରର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଗଳିତ ହାତୀ ଛୁଆର ଶବ କୁ ବନ ବିଭାଗ ଆଜି ଉଦ୍ଧାର କରି ବ୍ୟବଛ୍ୟେଦ ପାଇଁ ପଠାଇ ଥିବା ଜଣାଯାଇଛି ।
ଆଜି ବନ ବିଭାଗର ଏକ ଟିମ ରଣପୁର ସଂକ୍ଷିତ ଜଙ୍ଗଲ ମଧ୍ୟରେ ବେତୁଲି ଓ ଶଙ୍ଖଯୋଡି ସୀମାରେ ପେଟ୍ରୋଲିଙ୍ଗ କଲାବେଳେ ଏକ ହାତୀ ଛୁଆର ଗଳିତ ଶବ ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ବନ ବିଭାଗ ତରଫରୁ ଖୋର୍ଦ୍ଦା ବନ ଖଣ୍ଡ ଅଧିକାରୀ ଙ୍କ ସହ ଯୋଗା ଯୋଗ କରିଥିଲେ । ଖବର ପାଇ ଖୋର୍ଦ୍ଦା ଡି ଏଫ ଓ ସୁବିତ ନାୟକ ସ୍ଥାନୀୟ ରେଞର ଶରତ ଚନ୍ଦ୍ର ଶତପଥୀ ଓ ଅତିରିକ୍ତ ପଶୁ ଚିକିତ୍ସା ଅଧିକାରୀ ଶୈଳେସୀ ମହାନ୍ତି ପ୍ରମୁଖ ଘଟଣା ସ୍ଥଳକୁ ଯାଇ ହାତୀ ଛୁଆର ଶବ କୁ ଜବତ କରି ବ୍ୟବଛ୍ୟେଦ କରିଥିଲେ । ଏସମ୍ପର୍କରେ ରଣପୁର ରେଞର ଶ୍ରୀ ଶତପଥୀ ଙ୍କ ସହ ଯୋଗା ଯୋଗ କରିବାରୁ ଏହି ବେତୁଲି ଶଙ୍ଖଯୋଡି ଅଚଂଳରେ ପେଟ୍ରୋଲିଙ୍ଗ ହେଲା ବେଳେ ମୃତ ହାତୀ ଛୁଆଟିକୁ କର୍ମଚାରୀ ମାନେ ଦେଖିଥିଲେ । ଏହି ହାତୀ ଛୁଆଟି ୧୫ ଦିନର ହେବ ବୋଲି ଅନୁମାନ କରାଯାଉଛି । ବ୍ୟବଛ୍ୟେଦ ପରେ ମୃତ ହାତୀ ଛୁଆ ଟିକୁ ଡାକ୍ତର ପରୀକ୍ଷା କରାଇ ପାଇଥିବା ଯାଗାରେ ପୋତି ଦେଇଛନ୍ତି । ସଠିକ ତଥ୍ୟ ସେ ଓଡଶା ତାଜା ନ୍ୟୁଜ୍ କୁ କହିଛନ୍ତି ।