1 – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୪ ଏପ୍ରିଲରେ ସରୁଥିବା ଲକ ଡାଉନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।
2 – ଜୁନ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ନବୀନ ଘୋଷଣା କରିଛନ୍ତି ।
3 – ରାଜ୍ୟରେ ୧ ଲକ୍ଷ ରାପିଡ୍ ଟେଷ୍ଟିଂ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ ।
ଭୁବନେଶ୍ୱର, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ଗୁରୁତ୍ୱପୂର୍ଣ୍ଣ ବୈଠକ 9-4-2020 ଏପ୍ରିଲ , ଗୁରୁବାର : – ଆଜି ରାଜ୍ୟ କ୍ୟାବିନେଟରେ ଏନେଇ ସହମତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୪ ଏପ୍ରିଲରେ ସରୁଥିବା ଲକ ଡାଉନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଲୋକଙ୍କ ସୁରକ୍ଷା ସର୍ବପ୍ରଥମ ଗୁରୁତ୍ୱ ବୋଲି ସେ କହିଛନ୍ତି ଏହାଛଡା ଅନ୍ୟରାଜ୍ୟରେ ଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ରଖିବାକୁ , ଓଡିଶାରେ ଥିବା ଶ୍ରମିକ ମାନଙ୍କୁ ମଧ୍ୟ ନବୀନ ସୁରକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି । ଲକ ଡାଉନ ସମୟରେ କୃଷି କାର୍ଯ ଜାରି ରହିବା ସହ ଶ୍ରମିକମାନଙ୍କ ପାଇଁ ମନରେଗା ମଧ୍ୟ ଜାରି କରିଛନ୍ତି ।
ଏଥିସହିତ ଜୁନ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ନବୀନ ଘୋଷଣା କରିଛନ୍ତି । ଟ୍ରେନ ଏବଂ ବିମାନ ସେବାକୁ ମଧ୍ୟ ଏପ୍ରିଲ ୩୦ଯାଏଁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ଅନ୍ୟପଟେ ରାଜ୍ୟରେ ୧ ଲକ୍ଷ ରାପିଡ୍ ଟେଷ୍ଟିଂ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଲକ ଡାଉନ ସମୟରେ ପରିବହନ ସେବା ଜାରି ରହିବ କରୋନା କୁ ସାହସର ସହ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।