No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡ ରେ ୯ ଜଣଙ୍କ ଠାରୁ କରୋନା ପଜେଟିଭି ଚିହ୍ନଟ ହୋଇଛି।ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୬୦ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ ହୋଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୩ ଜଣଙ୍କର ଅର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ କଟକ ପଠା ଯାଇଥିଲା ।
ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୮୯ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧ଜଣ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି। ୩୪ଜଣଙ୍କର ଅର୍ଟିପିିସିଆର ସ୍ୱାବ ସଂଗ୍ରହ କରାଯାଇ କଟକ ପରୀକ୍ଷା ନିମନ୍ତେ ପଠା ଯାଇଥିଲା। ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ,ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଓ ମୋବାଇଲ ଭ୍ୟାନ ମାଧ୍ୟମରେ ୬୦ ଜଣଙ୍କର ଆଣ୍ଟିଜେନ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୨ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିଲେ।
୬୬ଜଣଙ୍କର ଅର୍ଟିପିିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ନିମନ୍ତେ ପଠାଯାଇ ଥିଲା । ଆଜି ବାଙ୍କୀ ଉପଖଣ୍ଡରେ ସମୁଦାୟ ୫୫୪ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ବାଙ୍କୀ ଉପଖଣ୍ଡ ଚିକିତ୍ସାଲୟ ପକ୍ଷରୁ ବାଙ୍କୀ ମହାବିଦ୍ୟାଳୟ ରେ ହେଉଥିବା ଟୀକା ଗ୍ରହଣ କେନ୍ଦ୍ର ରେ ଆଜି୨୨୦ ଜଣଙ୍କୁ ଓ ଡମପଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ୩୩୪ଜଣ ବ୍ୟକ୍ତି ଙ୍କୁ କୋଭିସିଲ ଟୀକା କରଣ କରାଯାଇଛି ।ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ଟୀକା କରଣ ବନ୍ଦ ଅଛି।
No Result
View All Result