ଚାନ୍ଦପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା ଯୋଗୁ ରୋଗୀ ସେବା ବ୍ୟାହତ ହେବାଯୋଗୁ ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଚ୍ଛି. ଏହି ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ରେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ସମସ୍ତେ ନିଜକୁ ଜଣେ ଜଣେ ଅଧିକ୍ଷକ ମନେ କରୁଥିବା ହେତୁ କୌଣସି କାମ ସୁଚାରୁରୂପେ ସମ୍ପାଦିତ ହୋଇ ପାରୁ ନାହିଁ.

ବିଦ୍ୟୁତ ସରବରାହ ବନ୍ଦ ହେଲେ ଏଠାରେ ଇନ ଭ ଟର ସୁବିଧା ରହିଛି l ମାତ୍ର ତାକୁ ଚାଲୁ କରାଇବାରେ ସମସ୍ୟା ରହିଛି. କିଏ ଏହି ଦାୟିତ୍ୱରେ ରହିଛି ତାହା ଜାଣିବା ମୁସ୍କିଲ. ଆଜି ସକାଳେ ବିଦ୍ୟୁତ ସରବରାହ ବନ୍ଦ ହେଲାବେଳକୁ ଟିକେଟ କାଉଣ୍ଟର ରେ ଲମ୍ବା ଲାଇନରେ ବହୁ ସଂଖ୍ୟକ ରୋଗୀ. ରୋଗୀ ସେବା ଦାୟିତ୍ୱରେ ଥିବା ଡାକ୍ତର ଅନ୍ଧାର ଯୋଗୁ ରୋଗୀଙ୍କ ପାଇଁ ଔଷଧ ଚିଠା ଲେଖିବା ସମ୍ଭବ ହେଉନାହିଁ.

ଇନ ଭ ଟର ଚଳାଇବା କର୍ମଚାରୀ ଙ୍କ ଦେଖା ନାହିଁ. ଆମ ପ୍ରତିନିଧି ଅଧିକ୍ଷକ ଦାୟିତ୍ୱ ରେ ଥିବା ଡା ପି. କେ. ଚିନରା ଙ୍କ ସହିତ ଯୋଗାଯୋଗ କରି ସନ୍ତୋଷ ଜନକ ଉତ୍ତର ପାଇଲେନାହିଁ. ଆମ ଲୋକଙ୍କ ସରକାର ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ୱ କିପରି ଦେଉଛନ୍ତି ଏହା ତାହାର ଏକ ଜ୍ୱଳନ୍ତ ନିଦର୍ଶନ. ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି.













