No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର) ବାଙ୍କୀ :-ଆଜି ବାଙ୍କୀ ବିଜେପି ର ଏକ ପ୍ରତିନିଧି ମଣ୍ଡଳୀ ବାଙ୍କୀ ବିଜେପିବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ନେତୃତ୍ୱରେ ତାଳବସ୍ତ ପଞ୍ଚାୟତ ର ସାମନ୍ତରା ପୁର ଗ୍ରସ୍ତ କରିଥିଲେ।ସାମନ୍ତରାପୁର ରେ ହୋଇଥିବା ଖେଳପଡିଆ ଉନ୍ନତି କରଣ ଓ ନିର୍ମାଣ, ପାର୍କ ନିର୍ମାଣ, ପୋଖରୀ ଉନ୍ନତିକରଣ ନାଁ ରେ ହୋଇଥିବା ହରିଲୁଟ ସ୍ଥାନକୁ ଯାଇ ସରର୍ଜମିନ ତଦନ୍ତ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ମନରୋଗା ଯୋଜନାରେ କାର୍ଯ୍ୟ ରେ ସରପଞ୍ଚ ଓ ବିଭାଗୀୟ ଯନ୍ତ୍ରୀ ଏବଂ ଗ୍ରାମ ସାଥି ର ପ୍ରବଚନା ରେ ଶ୍ରମିକ ମାନଙ୍କ ଜବ କାର୍ଡ କୁ ଚତୁରତା ସହ ନେଇ ସେମାନଙ୍କ ଅଜ୍ଞାତ ରେ ଶ୍ରମିକଦିବସ ରେ କାର୍ଯ୍ୟ ହୋଇଥିବା ଦର୍ଶାଯାଇ ବିନା କାର୍ଯ୍ୟ ରେ ଟଙ୍କା ଉଠାଣ ହୋଇଛି ଏହା ଏକ ଦୁର୍ଭାଗ୍ୟ ଜନିତ କଥା ବୋଲି ବିଜେପି ପ୍ରତିନିଧି ଦଳ ପ୍ରକାଶ କରିଥଲେ।ପାର୍କ ଯେଉଁ ସ୍ଥାନରେ ହେବା କଥା ସେଠାରେ ନହୋଇ ଗ୍ରାମ ମଶାଣି ରେ ଦୁଇ ଟ୍ରକ ମାଟି ଓ କିଛି ଗଛ କାଟି ସେଠାରେ ହୋଇଛି ବୋଲି ଦର୍ଶାଇ ୧୦,୦୦୦୦୦ଟଙ୍କା ରୁ ୬୩୩୩୬୦ଟଙ୍କା ଶ୍ରମିକ ନାମରେ ହଡପ ହୋଇଛି।ଜିଓ ଟ୍ରାକିଂ କରି କିପରି ଜିଆରଏସ, ସହକାରୀଯନ୍ତ୍ରୀ ଟଙ୍କା ମଞ୍ଜୁର କରି ଠିକା ଦାର ସରପଞ୍ଚ ହରୁଲୁଟ କରିଛନ୍ତି ତାହା କୁ ନିନ୍ଦା
କରିଥିଲା ବିଜେପି ପ୍ରତିନିଧି ଦଳ,ସେହିପରି ଇନ୍ଦିରା ପ୍ରିୟଦର୍ଶୀନି ଖେଳ ପଡିଆ ଉନ୍ନତି କରଣ ଓ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଓ ମହାଦେବ ପୋଖରୀ ଉନ୍ନତି କରଣ ପାଇଁ ୧୦ଲକ୍ଷ ଟଙ୍କା ଚଳୁ କରାଯାଇଛି।ରୁବାନ ଯୋଜନା ରେ ମହାଦେବ ପୋଖରୀ ଉନ୍ନତି କରଣ ଖୋଦ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ନାଥ ସିଂ ନିଜ ନାମରେ କାର୍ଯ୍ୟଦେଶ ଆଣି ମିସିନ ସାହାଯ୍ୟ ରେ ଅଳ୍ପ କାର୍ଯ୍ୟ କରି ଅର୍ଥ ହଡପ କରିଥିଲେ ଗ୍ରାମ ବାସୀ ତାହାର ମଧ୍ୟ ତଦନ୍ତ କଲେ ବିଜେପି ପ୍ରତିନିଧି ମଣ୍ଡଳୀ। ସାମନ୍ତରାପୁର ର ତିନି ଗୋଟି ପ୍ରକଳ୍ପ କୁ ବୁଲି ସେଠାରେ ମହା ଦୁର୍ନୀତି ହୋଇଥିବା ବିଜେପି ବିଧାୟକ ପାର୍ଥି ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଦୁର୍ନୀତି ସମ୍ପର୍କରେ କଟକ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଆମ୍ବର କର ଙ୍କୁ ସେ ନିଜେ ଅବଗତ କରିଥିଲେ ମାତ୍ର ଶ୍ରୀ କର ଏକ ଉଚ୍ଚସ୍ତରୀୟ ତଦନ୍ତ ଟିମ ମାଧ୍ୟମରେ ଏହାର ତଦନ୍ତ କରିବେ କହି ନିରବ ରେ ବସି ରହିବା ବାସ୍ତବିକ ଚିନ୍ତା ର ବିଷୟ।କାହା ଚାପ ରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ! ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କ
କାର୍ଯ୍ୟ ଦକ୍ଷତା ଓ ଶାସକ ଦଳ ର ସହ ତାଙ୍କର ଭିତିରି ସମ୍ପର୍କ ଥିବା ସନ୍ଦେହ ପ୍ରକାଶ କରୁଛନ୍ତି ତାଳବସ୍ତ ଗ୍ରାମ ବାସୀ ବୋଲି ପ୍ରତିନିଧି ମଣ୍ଡଳ ପ୍ରକାଶ କରିଛନ୍ତି ।ଆଜି ପର୍ଯ୍ୟନ୍ତ ଉକ୍ତ ଦୁର୍ନୀତି ହରିଲୁଟ ସ୍ଥାନକୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କ କହିବା ମୁତାବକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଗ୍ରସ୍ତ କରିନାହାନ୍ତି ତାହା ତଦନ୍ତ ସାପେକ୍ଷ।ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କ ଦ୍ଵାରା କାର୍ଯ୍ୟ କୁ ସଠିକ ଦର୍ଶାଇ ବା ପାଇଁ କେଉଁଠି ନା କେଉଁଠି ଚାପ ପଡୁଛି ତେଣୁ ଉକ୍ତ ତଦନ୍ତ ର ନିରପେକ୍ଷତା କେତେ ଦୂର ସଠିକ ହେବ ତାହା ସନ୍ଦେହ ଜନକ ବୋଲି ବିଜେପି ଡମପଡା ମଣ୍ଡଳ ସଭାପତି ବିନୋଦ ଦାସ ଓ ବିଜେପି ର ସକ୍ରିୟ କର୍ମୀ ହେମନ୍ତ ଜେନା ପ୍ରକାଶ କରିଥିଲେ।ତାଳବସ୍ତ ପଞ୍ଚାୟତ ର ସମସ୍ତ ଉନ୍ନୟନ କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ ଦାବି କଲେ ବିଜେପିର ବିଧାୟକ ପାର୍ଥି ଶ୍ରୀ ପାଢ଼ୀ।ପ୍ରତିନିଧି ମଣ୍ଡଳି ରେ କଟକ ଜିଲ୍ଲାର ଉପସଭାପତି ସୀତାକାନ୍ତ ମିଶ୍ର, ଡମପଡା ମଣ୍ଡଳ ସଭାପତି ବିନୋଦ ଦାସ,ଉପସଭାପତି ମେଘବଳା
ସ୍ୱାଇଁ,ମଣ୍ଡଳ ସାଧାରଣ ସମ୍ପାଦକ ରାମଚନ୍ଦ୍ର ପଢ଼ିଆରୀ,ହେମନ୍ତ ଜେନା ଉପସ୍ଥିତ ରହି ମହା ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବା ସହ ଉକ୍ତ ସ୍ଥାନ ବୁଲି ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାର ଙ୍କ ୫ଟିଓ ମୋ ସରକାର ର ସାଧୁତା ଉପରେ ପ୍ରଶ୍ନ ଉଠାଇ ବା ସହ ରାଜ୍ୟ ସରକାର ଉକ୍ତ ପଞ୍ଚାୟତ ର ସମସ୍ତ କାର୍ଯ୍ୟ ଭିଜିଲାନ୍ସ ତଦନ୍ତ ଦାବି କରି ନିଜର ସ୍ୱଚ୍ଛତା ର ପ୍ରଣାମ ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ।ଯେଉଁ ଯେଉଁ କର୍ମଚାରୀ, ସହକାରୀ ଯନ୍ତ୍ରୀ ,ସରପଞ୍ଚ ଏହି ଦୁର୍ନୀତି ରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଦାବି କରିଛନ୍ତି ପ୍ରତିନିଧି ମଣ୍ଡଳୀ।ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ କର ଙ୍କୁ ପଚାରିବାରେ ସେ ଅତି ହାଲ୍କା ଭାବରେ ପ୍ରଶ୍ନ କୁ ଗୁରୁତ୍ୱ ନଦେଇ କହିଲେ ଆମର ଜଣେ ସହକାରୀ ଯନ୍ତ୍ରୀ ଉକ୍ତ ସ୍ଥାନ ଗ୍ରସ୍ତ କରି ତଦନ୍ତ କରିବେ।
No Result
View All Result