କୋରାଇ, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ‘ଲକ ଡାଉନ’ 8.4.2020କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ :- ‘ସଟ ଡାଉନ’ ଖୋଲାଯିବା ପର ଠାରୁ ‘ଲକ ଡାଉନ’କୁ ପୂର୍ବ ଅପେକ୍ଷା ଅଧିକ କଡା କଡି କରାଯାଇଛି । ଏଥି ନେଇ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା ବ୍ଲକର ବିଭିନ୍ନ ସ୍ଥାନକୁ ଯାଇ କଡାକଡିଭାବେ ଯାଂଚ କରିଛନ୍ତି । ବିଶେଷ କରି ଲୋକମାନଙ୍କ ମଧ୍ୟରେ ‘ସାମାଜିକ ଦୂରତା’କୁ ବେଶି ଗୁରୁତ୍ୱ ଦେଇଛନ୍ତି । ବିଡିଓ ଶ୍ରୀମତୀ ସ୍ନିଗ୍ଧା, କୋରାଇ ଥାନା ଅଧିକାରୀ ରଞ୍ଜିତକୁମାର ମହାନ୍ତି ଓ ପାଣିକୋଇଲି ଥାନା ଅଧିକାରୀ ଅଜୟ ଜେନାଙ୍କ ସମେତ ପୁଲିସ ଟିମ୍ କୁ ନେଇ କୋରାଇ ମୀନାବଜାର, ବଂଟିରାବଜାର ସାଦକପୁର ପଂଚାୟତ, ପାଣିକୋଇଲି ବଜାର, ଓଭରବ୍ରିଜ ତଳ, ବରୁଣ୍ଡାଇ ବଜାର ଆଦି ବିଭିନ୍ନ ଗୁରତ୍ୱ ପୂର୍ଣ୍ଣ ସ୍ଥାନ ଓ ବଜାରକୁ ଯାଇ ଲୋକଙ୍କ ଯାତାୟତକୁ ନଜର ରଖିବା ସହ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରୁଥିବା ସମୟରେ କିପରି ସାମାଜିକ ଦୂରତା ରକ୍ଷା କରୁଛନ୍ତି ଓ ବ୍ୟବସାୟ ପ୍ରତିଷ୍ଠାନ ଏହା ଉପରେ କିପରି ପାଳନ କରୁଛି ତାହା ଉପରେ ନଜର ରଖାଯାଇଥିଲା ।
ସରକାରଙ୍କ ପକ୍ଷରୁ କୌଣସି ବ୍ୟକ୍ତି ଘରୁ ଆସିବା ବେଳେ ନିଜେ ବାଇକ୍ ନେଇ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକେ ସମସ୍ତ ସରକାରୀ ନିୟମକୁ କଡ଼ାକଡ଼ିଭାବେ ପାଳନ କରିବା ପାଇଁ ଡାକବାଜୀ ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା । ଏହାକୁ କିଛି ଲୋକ ଅବମାନନା କରିଥିବାରୁ ସେମାନଙ୍କ ଠାରୁ ବାଇକ୍ ନେଇଯିବା ମଧ୍ୟ ଦେଖାଯାଇଥିଲା । ଲୋକେ ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ବେଳେ ଧାଡ଼ିରେ ଛିଡ଼ା ହୋଇ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି କି ତାହାକୁ ଦୁଇ ଥାନା ପୁଲିସ ପକ୍ଷରୁ ଉପସ୍ଥିତ ରହି ପରଖିଛନ୍ତି । ବୈତରଣୀ ରୋଡ ବଜାରରେ ଦୀର୍ଘ ସମୟ ପ୍ରଶାସନ ଉପସ୍ଥିତ ରହି ଏହାକୁ ଲୋକେ ପାଳନ କରୁଛନ୍ତି ନାହିଁ ତାହାକୁ ଅନୁଧ୍ୟାନ କରୁଥିବା ବେଳେ ଖୋଲାଥିବା ଏକ ତେଜରାତି ଦୋକନରେ ୮ରୁ ୧୦ଜଣ ଗ୍ରାହକ ଏକଠି ହୋଇ ଜିନିଷ କଣୁଥିବା ଦେଖି ସଂପୃକ୍ତ ବ୍ୟବସାୟୀଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି । ଏହିପରିଭାବେ ପୁଲିସ ଓ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଯାଂଚ କରଯିବା ସହ ଆବଶ୍ୟକ ନଥିଲେ ବ୍ୟକ୍ତିଗତ ଓ ସାମୂହିକ ହିତଦୃଷ୍ଟିରୁ ସମସ୍ତେ ଘରେ ରହି ସଚେତନ ପୂର୍ବକ ସତର୍କ ରହିବା ଜରୁରୀ ବୋଲି କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା ଅଂଚଳବାସୀଙ୍କୁ ନିବେଦନ କରିଛନ୍ତି ।