No Result
View All Result

ଓଡ଼ିଶା ତାଜାନ୍ୟୁଜ (୨୧ ଜୁଲାଇ,ବୁଧବାର ) ନୟାଗଡ଼ :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 10ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ – 2021 ଆଜି ରଣପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ସେବା ଉତ୍ସବର କର୍ମକର୍ତାମାନେ ଏହି ଅବସରରେ ରାଜସୁନାଖଳା, ରଣପୁର,କୋଟଗଡ଼, ନୂଆଗାଁ ଆଦି ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l

ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଓ ସମିତି ଉପାଧ୍ୟାକ୍ଷ ଚିତ୍ତ ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ଥି, ସ୍ବେଛାସେବୀ ଲିପନ କୁମାର ସାହୁ, ଶ୍ରୀନିବାସ ବେହେରା, ସ୍ବେଛାସେବୀ ସତ୍ୟ ନାରାୟଣ ବାରିକି,

ସାମ୍ବାଦିକ ଜୟନ୍ଦ୍ର ବେହେରା,ମନୋଜ ନାୟକ, ଜ୍ୟୋତିରଞ୍ଜନ ମହାପାତ୍ର, ପରମେଶ୍ୱର ସାହୁ, ସୌମ୍ୟରଞ୍ଜନ ଦାଶ, ପ୍ରମୁଖ ସାମିଲ ହୋଇଥିଲେ l ଅନ୍ୟପକ୍ଷେ ଗତ 15ଜୁଲାଇରୁ ନୟାଗଡ଼ ବ୍ଲକରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ଜୁଲାଇ 25ତାରିଖରେ ଭରଚୁଆଲ ମାଧ୍ୟମରେ ଉଦଯାପିତ ହେବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି l (ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result