• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୮-୪-୨୦୨୦ ଏପ୍ରିଲ, ବୁଧବାର : ଜାଣନ୍ତୁ ଆପଣଙ୍କର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
April 8, 2020
in Uncategorized, ଓଡ଼ିଶା, ରାଶିଫଳ, ହୋମ୍
0
୮-୪-୨୦୨୦ ଏପ୍ରିଲ, ବୁଧବାର : ଜାଣନ୍ତୁ ଆପଣଙ୍କର ରାଶିଫଳ
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍‌) ଭୁବନେଶ୍ୱର 8.4.2020 :- 8-4-2020 ଏପ୍ରିଲ, ବୁଧବାର : – ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ :- ଆପଣଙ୍କୁ ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ। ଅବଶ୍ୟ କିଛି ମାମଲାରେ ଅସୁବିଧା ମଧ୍ୟ ହୋଇପାରେ। ଚାକିରି କିମ୍ବା ବ୍ୟବସାୟରେ ପ୍ରତିଦ୍ୱନ୍ଦୀ ବାତାବରଣ ରହିବ। ଲଘୁ ଯାତ୍ରାର ସଂଯୋଗ ଅଛି। ଭାଇ- ବନ୍ଧୁମାନଙ୍କ ସହିତ ମିଳାମିଶା ରହିବ। ସେଥିରେ ଲାଭ ହେବ। ମହିଳାମାନଙ୍କ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆଜି ଆପଣ ପରିଜନମାନଙ୍କର ସହିତ ମିଶିକରି ଘରୋଇ ମାମଲାରେ ମହତ୍ତ୍ଵପୂର୍ଣ୍ଣ ବିଚାର ବିମର୍ଶ କରିବେ। କାର୍ଯ୍ୟସ୍ଥଳ ଉପରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଶ ହେବ। ଅଫିସ୍ ର କାର୍ଯ୍ୟ ହେତୁ ଯାତ୍ରାର ସମ୍ଭାବନା ଅଛି। ମାତା ତଥା ମହିଳା ବର୍ଗଙ୍କର ତରଫରୁ ଲାଭ ହେବାର ସମ୍ଭାବନା ଅଛି। ଆପଣଙ୍କ କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରଙ୍କର ସହାୟତା ମିଳିବ।

ବୃଷ :- କିଛି ନିଷ୍ପତି ନେବାରେ ଆଜି ମନର ସ୍ଥିତିରେ ଦ୍ୱନ୍ଦ୍ୱ ରହିବ। ଆଜି ନୂଆ କାର୍ଯ୍ୟର ଆରମ୍ଭ କରିବା ଉଚିତ ନୁହେଁ। କଥାବାର୍ତ୍ତାରେ ଆପଣଙ୍କ ବ୍ୟବହାରରେ ସଂଘର୍ଷ ହୋଇପାରେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ। ବିଦେଶରେ ରହୁଥିବା ସ୍ଵଜନ କିମ୍ବା ମିତ୍ରଙ୍କ ତରଫରୁ ଭଲ ସମାଚାର ମିଳିବାରୁ ଆପଣଙ୍କ ମନ ପ୍ରସନ୍ନତା ଅନୁଭବ କରିବ। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଅନୁକୂଳ ସଂଯୋଗ ହେବ। ଲମ୍ବା ଦୂର ଯାତ୍ରା କରିବାର ଅବସର ଆସିବ। ଅଫିସ୍ କିମ୍ବା ବ୍ୟବସାୟରେ କାର୍ଯ୍ୟ ଭାର ବଢ଼ିବ। ବ୍ୟାପାର-ଧନ୍ଦାରେ ଲାଭ ହେବାର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ସାମାନ୍ୟ ରୂପରେ ମଧ୍ୟମ ରହିବ।

ମିଥୁନ :- ଆଜିର ଦିନ ସତେଜତା ଏବଂ ଫୂର୍ତ୍ତିରେ ପରିପୂର୍ଣ୍ଣ ରହିବ। ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ମିତ୍ର ତଥା ସ୍ଵଜନମାନଙ୍କ ସହିତ ଆପଣଙ୍କ ଦିନ ଖୂବ ଆନନ୍ଦରେ କଟିବ। ଦାମ୍ପତ୍ୟ ଜୀବନରେ ସୁଖ-ସନ୍ତୋଷର ଅନୁଭବ କରିବେ। ଆର୍ଥିକ ଲାଭ ଏବଂ ଆୟୋଜନ ପାଇଁ ଅନୁକୂଳ ଦିନ ଅଟେ। ଖର୍ଚ୍ଚ ଅଧିକ ହେବ। ଆଜିର ଦିନ ପ୍ରତିକୂଳ ଅଟେ। ଅତଃ ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସାବଧାନ ରୁହନ୍ତୁ। ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। କ୍ରୋଧର କାରଣରୁ କିଛି ଅନିଷ୍ଟ ନ ହେଉ, ଏହାର ବିଶେଷ ଧ୍ୟାନ ରଖିବେ। କାମବୃତ୍ତିଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଅଧିକ ଖର୍ଚ୍ଚ ହେବାରୁ ହାତ ଅର୍ଥର ଅସୁବିଧା ରହିବ। ଘର କିମ୍ବା ଅଫିସ୍ ରେ ବାଣୀ ଉପରେ ନିୟନ୍ତ୍ରଣ ରଖିବେ ନହେଲେ ଝଗଡା କିମ୍ବା ବିବାଦ ହୋଇପାରେ ତେଣୁ ବିବାଦରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ଈଶ୍ଵରଙ୍କର ଆରାଧନାରେ ଶାନ୍ତି ମିଳିବ।

କର୍କଟ :- ପରିବାରରେ ମନମାଳିନ୍ୟ ହୋଇପାରେ। ମାନସିକ ରୂପରେ ଚିନ୍ତିତ ରହିବେ। ମନରେ ଦ୍ୱନ୍ଦ୍ୱ ହୋଇପାରେ। ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ବର୍ତ୍ତମାନ ନିଅନ୍ତୁ ନାହିଁ। କାହା ସହିତ ଭୁଲ ବୁଝାବଣା କିମ୍ବା ବାଦ-ବିବାଦ ହୋଇପାରେ। କୋର୍ଟ କଚେରୀ ମାମଲାରେ ସମ୍ଭାଳିକରି କାମ କରନ୍ତୁ। ଆଜିର ସଂପୂର୍ଣ୍ଣ ଦିନ ଆମୋଦ-ପ୍ରମୋଦ ତଥା ମନୋରଞ୍ଜନର ପ୍ରବୃତ୍ତିରେ ବିତିବ। ବିପରୀତ ଲିଙ୍ଗୀୟ ବ୍ୟକ୍ତିମାନଙ୍କର ଭେଟ ହେବ। ଆମୋଦ-ପ୍ରମୋଦର ସାଧନ, ବସ୍ତ୍ର ଇତ୍ୟାଦି କ୍ରୟ କରିବେ। ସମ୍ବନ୍ଧରେ ସଫଳତା ମିଳିପାରେ। ଉତ୍ତମ ଭୋଜନ, ବାହନ-ସୁଖର ଯୋଗ ଅଛି ତଥା ପ୍ରତିଷ୍ଠାରେ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭଦାୟୀ ଦିନ ରହିବ।

ସିଂହ : – ଆଜିର ଦିନ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ମନର ଦ୍ୱନ୍ଦ୍ୱତାପୂର୍ଣ୍ଣ ସ୍ଥିତି ଯୋଗୁଁ ହାତକୁ ଆସିଥିବା ସୂଯୋଗ ହରାଇ ପାରନ୍ତି ଧ୍ୟାନ ରଖିବାକୁ ପଡ଼ିବ। ମହିଳା ମିତ୍ରମାନଙ୍କ ସହ ସାକ୍ଷାତକରିବେ ଏବଂ ଲାଭ ହେବ। ବୃଦ୍ଧଙ୍କର ଆଶୀର୍ବାଦ ପ୍ରାପ୍ତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ଯାତ୍ରାର ଆୟୋଜନ ହେବ। ଆଜିର ଦିନ ମିଶ୍ରିତ ଫଳଦାୟୀ ଅଟେ। ଘରେ ଶାନ୍ତିର ବାତାବରଣ ରହିବ। ଦଫ୍ତରରେ ସାଥିରେ କାମ କରୁଥିବା ଲୋକମାନଙ୍କର ସହଯୋଗ କମ ମିଳିପାରେ। ଦୈନିକ କାର୍ଯ୍ୟରେ କିଛି ଅସୁବିଧା ଆସିପାରେ। ଶତ୍ରୁମାନଙ୍କ ତଥା ପ୍ରତିଦ୍ୱନ୍ଦ୍ୱୀମାନଙ୍କ କାରଣରୁ ଅସୁବିଧା ହୋଇପାରେ। ଆପଣଙ୍କ ମନରେ ଆଜି ଉଦାସୀନତା ରହିପାରେ, ଯାହାଦ୍ୱାରା ମାନସିକ ବ୍ୟାକୁଳତା ଅନୁଭବ ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ।

କନ୍ୟା :- ଜଗନ୍ନାଥଙ୍କର କୃପାରେ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ମନରେ ସ୍ଥିର ହୋଇଥିବା ଯୋଜନା ସଫଳ ହେବ। ପିତାଙ୍କ ସହିତ ଆତ୍ମୀୟତା ବଢ଼ିବ। ତାଙ୍କଠାରୁ ଲାଭ ହେବ। ବ୍ୟାପାରୀ ଏବଂ ଚାକିରିବାଲାଙ୍କୁ ନିଜ କ୍ଷେତ୍ରରେ ଆଗକୁ ବଢ଼ିବାର ଯୋଗ ଅଟେ। ଧନ, ମାନ- ସମ୍ମାନରେ ବୃଦ୍ଧି ହେବ। ସରକାରଙ୍କର ତରଫରୁ ଲାଭ ହେବ। ଅସୂଲୀ କିମ୍ବା ବ୍ୟାପାର କାମରେ ଯାତ୍ରା କରିପାରନ୍ତି। ଆଜି ଆପଣ ସନ୍ତାନଙ୍କୁ ନେଇକରି ଚିନ୍ତିତ ହୋଇପାରନ୍ତି। ମନ ବିଚଳିତ ରହିପାରେ। ପେଟରେ ଯନ୍ତ୍ରଣା ହୋଇପାରେ। ଆକସ୍ମିକ ଖର୍ଚ୍ଚର ଆଶଙ୍କା ଅଛି। କଥାବାର୍ତ୍ତାରେ ତାର୍କିକ ଏବଂ ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ପ୍ରିୟଜନମାନଙ୍କ ସହ ମେଳମିଳାପ ହୋଇପାରେ। ଶେୟାର-ସଟ୍ଟାରେ ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ।

ତୁଳା :- ବୌଦ୍ଧିକ କିମ୍ବା ସାହିତ୍ୟ ପ୍ରେମୀମାନଙ୍କ ସହିତ ସାକ୍ଷାତ କରିପାରନ୍ତି। ନୂଆ କାର୍ଯ୍ୟର ଆରମ୍ଭ କରି ପାରିବେ। ବିଦେଶଗମନର ସୂଯୋଗ ବନି ପାରେ। ସ୍ଵାସ୍ଥ୍ୟ ଅଳ୍ପ ନରମ-ଗରମ ରହିବ। ସନ୍ତାନମାନଙ୍କର ସମସ୍ୟାରେ ଚିନ୍ତା ଉତ୍ପନ୍ନ ହେବ। ଆଜିର ଦିନ ଆପଣ ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି। ଆଜି ଆପଣ କିଛି ଅଧିକ ଭାବୁକ ହୋଇପାରନ୍ତି। ମନରେ ଉଠୁଥିବା ବିଚାର କାରଣରୁ କିଛି ଅସୁବିଧା ଆସିପାରେ। ମାତା ତଥା ସ୍ତ୍ରୀଙ୍କର ବିଷୟରେ ଚିନ୍ତା ହୋଇପାରେ। ଯାତ୍ରା ପାଇଁ ଆଜିର ଦିନ ପ୍ରତିକୂଳ ଅଟେ। ନିଦ୍ରା ପୂର୍ଣ୍ଣ ନହେବାରୁ ମାନସିକ ସମସ୍ୟା ହୋଇପାରେ। ପାରିବାରିକ ଏବଂ ଜମି ସମ୍ପତ୍ତି ମାମଲାରେ ସାବଧାନ ରହିବେ।

ବିଚ୍ଛା : – ବାଣୀ ଏବଂ ବ୍ୟବହାର ଉପରେ ଆଜି ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ। ଦୈନିକ କାର୍ଯ୍ୟଗୁଡ଼ିକରେ ଅତିରିକ୍ତ ନୂଆ କାର୍ଯ୍ୟ ହାତକୁ ନେବା ଉଚିତ ନୁହେଁ। ରୋଗାକ୍ରନ୍ତ ହୋଇପାରନ୍ତି। ସେଥିପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ଅଚାନକ ଧନ ଲାଭ ହେବ। କାର୍ଯ୍ୟରେ ସଫଳତା, ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି। କାର୍ଯ୍ୟରେ ସଫଳତା ମିଳିବ, ଧନ ଲାଭ ହୋଇପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଆନନ୍ଦିତ ରହିବେ। ଆଜିର ଦିନ ଆପଣଙ୍କପାଇଁ ଭାଗ୍ୟବାନ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ଆପଣଙ୍କ ଘରକୁ ଆଗମନ ହେବାରେ ମନ ଆନନ୍ଦିତ ହେବ। ଆଧ୍ୟାତ୍ମିକ ତଥା ଗୁଢ଼ ବିଦ୍ୟାର ଅଧ୍ୟଯନରେ ରୁଚି ରହିବ। ଲଘୁ ଯାତ୍ରା ହୋଇପାରେ।

ଧନୁ : – ପାର୍ଟି, ପିକନିକ, ଯାତ୍ରା, ସୁନ୍ଦର ଭୋଜନ ଏବଂ ବସ୍ତ୍ର ପରିଧାନ ଆଜିର ଦିନର ବିଶେଷତା ରହିବ। ମନୋରଞ୍ଜନର ଦୁନିଆରେ ବିହାର କରିବେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ତମ ସୁଖ ପ୍ରାପ୍ତି ହେବ। ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ପରିଜନମାନଙ୍କ ସହିତ ଭୁଲ ବୁଝାବଣା କାରଣରୁ ମନମାଳିନ୍ୟ ହୋଇପାରେ। କାର୍ଯ୍ୟରେ ମନୋଵାଞ୍ଛିତ ସଫଳତା ନ ମିଳିବାରୁ ହତାଶା ନ ହେଉ ଏହାର ଧ୍ୟାନ ରଖିବେ। ଆଜି କୌଣସି ମହତ୍ଵପୂର୍ଣ୍ଣ ବିଷୟ ଉପରେ ନିର୍ଣ୍ଣୟ ନିଅନ୍ତୁ ନାହିଁ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଭଲ ଖାଇବା ପିଇବା ଏବଂ ଭଲ ବସ୍ତ୍ର ଉପଲବ୍ଧ ହେବ।

ମକର :- ବ୍ୟାପାର-ଧନ୍ଦାର ବିକାସ ଏବଂ ଆର୍ଥିକ ଆୟୋଜନ ପାଇଁ ଆଜି ଅନୁକୂଳ ଦିନ ଅଟେ। ଅସୂଲୀ କିମ୍ବା ଟଙ୍କା ଦେବା-ନେବାରେ ସଫଳତା ମିଳିବ। ଆମଦାନୀ-ରପ୍ତାନୀରେ ବ୍ୟାପାରିମାନଙ୍କୁ ଲାଭ ହେବ। ଆର୍ଥିକ ଲାଭ ହେବ। ଆଇନ କାନୁନରୁ ଦୂରେଇ ରହିବା ସହିତ ସଚେତ ରୁହନ୍ତୁ। ବିରୋଧିମାନଙ୍କର ଚାଲ ନିଷ୍ଫଳ ରହିବ। ଆଜିର ଦିନ ଈଶ୍ଵରଙ୍କୁ ସ୍ମରଣ କରି କଟିବ। ଧାର୍ମିକ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ। ଚାକିରି-ବ୍ୟବସାୟରେ ମଧ୍ୟ ଅନୁକୂଳ ପରିସ୍ଥିତି ରହିବ। ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ମାନ-ସମ୍ମାନ ମିଳିବ। ଚାକିରିରେ ପ୍ରମୋସନର ଯୋଗ ଅଛି। ମିତ୍ର ତଥା ସ୍ନେହୀଜନମାନଙ୍କ ଭେଟ ଏବଂ ସାହାଯ୍ୟ ମିଳିବାରୁ ମନ ଆନନ୍ଦିତ ହେବ। ଗୃହସ୍ଥ ଜୀବନ ଆନନ୍ଦପୂର୍ଣ୍ଣ ରହିବ। କୌଣସି ଦୁର୍ଘଟଣା କାରଣରୁ ଚୋଟ ନ ଲାଗୁ, ଏହାର ବିଶେଷ ଧ୍ୟାନ ରଖିବେ।

କୁମ୍ଭ : – ମାନସିକ ଅଶାନ୍ତି ଏବଂ ଅସୁବିଧା ଭରା ଦିନ ଅଟେ। ଜୋରରେ ପରିବର୍ତ୍ତନ ହେଉଥିବା ବିଚାର କାରଣରୁ ଅନିର୍ଣ୍ଣୟର ସ୍ଥିତି ରହିବ। ସେଥିପାଇଁ ଠୋସ ନିର୍ଣ୍ଣୟ ନେଇ ପାରିବେ ନାହିଁ। ସନ୍ତାନମାନଙ୍କର ପ୍ରଶ୍ନ ଅସୁବିଧାରେ ପକାଇବ। ପେଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଛି। କାର୍ଯ୍ୟ ନିଷ୍ଫଳତା ହତାଶା ସୃଷ୍ଟି କରିବ ଏବଂ ଆକସ୍ମିକ ଧନ ଖର୍ଚ୍ଚ ହେବ। ଧନର ଦେଣ-ନେଣ କିମ୍ବା ଜମି ଧନସମ୍ପତ୍ତି ସଉଦାରେ କାହାର ସାକ୍ଷୀ କିମ୍ବା ଗ୍ୟାରେଣ୍ଟର ରହନ୍ତୁ ନାହିଁ। ମାନସିକ ରୂପରେ ଆଜି ଏକାଗ୍ରତା ରହିବ। ଖର୍ଚ୍ଚ ଅଧିକ ମାତ୍ରାରେ ହୋଇପାରେ କିନ୍ତୁ ଆପଣଙ୍କୁ ଖୁସି ମିଳିବ। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ରଖିବେ। ପୁଞ୍ଜି ନିବେଶ ଅନୁଚିତ ସ୍ଥାନରେ କରନ୍ତୁ ନାହିଁ, ଏହାର ଧ୍ୟାନ ରଖିବେ। ଆପଣଙ୍କ କଥା ଗୁଡ଼ିକରେ ସ୍ଵଜନ ସହମତ ନହେବାର ଆଶଂକା ଅଛି। ଅନ୍ୟମାନଙ୍କ କଥାରେ ହସ୍ତକ୍ଷେପ କରନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ କ୍ଷତିଗ୍ରସ୍ତ ହୋଇପାରେ।

ମୀନ : – ଆପଣଙ୍କୁ ଆଜିର ଦିନ ସାବଧାନ ରହିବାକୁ ଉପଦେଶ। ପାରିବାରିକ ସଦସ୍ୟମାନଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା କାରଣ ବନିବ। ସ୍ଵାସ୍ଥ୍ୟ ଖରାପ ହେବାର ଆଶଙ୍କା ଅଛି। ମାନସିକ ଚିନ୍ତା ଏବଂ ଧନ ହାନି ହୋଇପାରେ। ଚାକିରିରେ ସମସ୍ୟା ଆସିପାରେ। ମିତ୍ରମାନଙ୍କ ତରଫରୁ ଆଜି ଆପଣଙ୍କୁ ଲାଭ ହେବ ଏବଂ ତାଙ୍କର ପଛରେ ଧନ ଖର୍ଚ୍ଚ ମଧ୍ୟ ହୋଇପାରେ। ସାମାଜିକ କାର୍ଯ୍ୟରେ ଅଧିକ ରୁଚି ରହିବ। କୌଣସି ରମଣୀୟ ସ୍ଥଳକୁ ଯାତ୍ରାର ଆୟୋଜନ ହୋଇପାରେ। ନୂଆ ମିତ୍ର ବନିବେ ଏବଂ ଏପରି ଲୋକମାନଙ୍କର ସଂପର୍କ ହେବ, ଯେଉଁମାନେ ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବେ। ଘରେ ଶୁଭ ସମାଚାର ପ୍ରାପ୍ତି ହୋଇପାରେ। ସନ୍ତାନ ଲାଭ ହେବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026
ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

March 7, 2026

Recent News

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026
ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

March 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version