ରାଜଗାଙ୍ଗପୁର , ଭୁବନେଶ୍ୱର, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ସୁନ୍ଦରଗଡ଼ 7.4.2020 :- ଅଗ୍ରଣୀ ଭାରତୀୟ ସିମେଂଟ୍ କଂପାନି ଓ ଡାଲମିଆ ଭାରତ ଗ୍ରୁପ୍ର ଏକ ସହଯୋଗୀ ସଂସ୍ଥା ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ ପକ୍ଷରୁ କୋଭିଡ୍-୧୯ ବିଶ୍ୱ ମହାମାରୀ ବିରୋଧରେ ରାଜ୍ୟର ଲଢ଼େଇକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଲଢ଼େଇରେ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁୂତିକୁ ରଖି, ଡିସିବିଏଲ୍ ପକ୍ଷରୁ ଏହି ବିଶ୍ୱ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସହାୟତା ଆବଶ୍ୟକ କରୁଥିବା ଓ ଲକ୍ ଡାଉନ୍ ଦ୍ୱାରା ପ୍ରଭାବିତ ଥିବା ଲୋକ, ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ କଟକ ଜିଲ୍ଲାର ବିଶ୍ୱାଳୀ ଠାରେ କାରଖାନା ଆଖପାଖାର ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ର ପୂର୍ବାଚଂଳ ମାନୁଫାକ୍ଚରିଂ ମୁଖ୍ୟ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା କହିଛନ୍ତି ଯେ, “ଏହି ଅଭାବନୀୟ ବିପଦ ଉଭା ହୋଇଥିବାରୁ, କୋଭିଡ୍-୧୯ ବ୍ୟାପିବାକୁ ରୋକିବା ବିରୋଧୀ ଲଢ଼େଇରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛୁ । କର୍ତୃପକ୍ଷ ବେଶ ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି ଏବଂ ଆମ ତରଫରୁ ଆମେ ଯଥା ସମ୍ଭବ ଉପାୟରେ ସହାୟତା ପ୍ରଦାନ କରିବାକୁ ଉଦ୍ୟମ କରୁଛୁ ।’’ ଜାରି ରହିଥିବା ରିଲିଫ୍ କାର୍ଯ୍ୟକ୍ରମ ସ୍ୱରୂପ, କଂପାନି ତରଫରୁ ବିଶ୍ୱାଳି ଆଖପାଖ ଗ୍ରାମର ପ୍ରାୟ ୯୦୦ରୁ ଅଧିକ ପରିବାରକୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଂଟନ କରାଯାଇଛି ।
ସେହିପରି, ରାଜଗାଙ୍ଗପୁର ଆଖପାଖ ଅଂଚଳରେ ୬୫୦ରୁ ଅଧିକ ପରିବାରକୁ ୭ ଦିନର ତେଜରାତି ସାମଗ୍ରୀ ବଂଟନ କରାଯାଇଛି । ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଟ୍ରକ୍ ଚାଳକ, ସହାୟକ ଏବଂ ବାସହୀନଙ୍କୁ ମଧ୍ୟ ଡିସିବିଏଲ୍ ସହାୟତା ପ୍ରଦାନ କରୁଛି । ସେଭଳି ୩୦୦୦ରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ପୁନଶ୍ଚ, ରାଜଗାଙ୍ଗପୁରର ସ୍ଥାନୀୟ ବିଧାୟକଙ୍କ ସହ ମିଶି କଂପାନି ତରଫରୁ ସ୍ଥାନୀୟ ଅଂଚଳର ସାହାଯ୍ୟ ଆବଶ୍ୟକ କରୁଥିବା ୮୮୦୦ ଲୋକଙ୍କୁ ଭୋଜନ ପ୍ରଦାନ କରାଯାଇଛି । ଚଳିତ ମାସ ପ୍ରାରମ୍ଭରେ, ଜାତୀୟ ସ୍ୱାର୍ଥ ପାଇଁ ଏକ ବିନମ୍ର ଅନୁଦାନ ସ୍ୱରୂପ ଡାଲମିଆ ଭାରତ ଗ୍ରୁପ୍ ତରଫରୁ ବିଶ୍ୱ ମହାମାରୀ ବିରୋଧରେ ସରକାର ଜାରି ରଖିଥିବା ବୃହତ ଉଦ୍ୟମକୁ ସହାୟତା ପ୍ରଦାନ କରିବା ଉଦ୍ୟମ ସ୍ୱରୂପ ପିଏମ୍-କେୟାରସ୍ ଫଣ୍ଡ୍କୁ ୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । କୋଭିଡ୍-୧୯ ମାମଲାର ମୁକାବିଲା କରିବା ଲାଗି ଏହି ଗ୍ରୁପ୍ ଏହାର ବିଦ୍ୟାଳୟ, ଖେଳ ପଡ଼ିଆ, ଗେଷ୍ଟ ହାଉସ୍ ଓ କାରଖାନା ପାଖାପାଖି ଥିବା ବୈଷୟିକ କେନ୍ଦ୍ରଗୁଡ଼ିକୁ ଉତ୍ସର୍ଗ କରିଛି । ଗ୍ରୁପ୍ର ୪୭୦୦ କର୍ମଚାରୀ ଆଗେଇ ଆସି କୋଭିଡ୍-୧୯ ବିଶ୍ୱ ମହାମାରୀ ବିରୋଧ ଲଢ଼େଇ ପାଇଁ ସ୍ୱେଚ୍ଛାକୃତ ଭାବେ ଗୋଟିଏ ଦିନର ବେତନ ପ୍ରଦାନ କରି ମୋଟ ୧.୬ କୋଟି ଟଙ୍କାର ସହଯୋଗ ପ୍ରଦାନ କରିଛନ୍ତି । ଏକ ଦାୟିତ୍ୱବାନ କର୍ପୋରେଟ ନାଗରିକ ଭାବେ ଡାଲମିଆ ଭାରତ ଗ୍ରୁପ୍ ପକ୍ଷରୁ ସଙ୍କଟରେ ଥିବା କର୍ମଚାରୀ ଏବଂ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ରୁପ୍ ତରଫରୁ ଏକ କେନ୍ଦ୍ରୀୟ ୨୪ ଘଂଟିଆ ସହାୟକ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବେଳେ ସଙ୍କଟରେ ଥିବା କର୍ମଚାରୀମାନେ ସହାୟତା ପାଇଁ ଏକ ଉତ୍ସର୍ଗୀକୃତ ଯୋଗାଯୋଗ ନମ୍ବର, ଇ-ମେଲ୍ ଓ ହ୍ୱାଟସ୍ଆପ୍ ନମ୍ବର ଜରିଆରେ କେନ୍ଦ୍ରୀୟ ଟିମ୍ ପାଖରେ ସିଧାସଳଖ ପହଂଚି ପାରିବେ ।