• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ନିଃଶୁକ୍ଳ ଟେଲିମେଡିସିନ୍‌ ସହାୟତା ନଂ-୧୪୪୧୦ ଏଣିକି ଘରେ ବସି ପାଇପାରିବେ ଡାକ୍ତରୀ ସେବା

Proprietor Abhimanyu Maharana by Proprietor Abhimanyu Maharana
April 7, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ  ନିଃଶୁକ୍ଳ ଟେଲିମେଡିସିନ୍‌ ସହାୟତା ନଂ-୧୪୪୧୦ ଏଣିକି ଘରେ ବସି ପାଇପାରିବେ ଡାକ୍ତରୀ ସେବା
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍‌) 7.4.2020 :- କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ପୂର୍ତ୍ତ ବିଭାଗ ଶାସନ ସଚିବ ଡ. କ୍ରିଷ୍ନନ୍‌ କୁମାର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

1 – ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ନର୍ସ, ଆଶାକର୍ମୀ ଏବଂ ପ୍ରସୂତି ସହାୟିକା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

2 – ରାଜ୍ୟ ସରକାର କୋଭିଡ୍‌-୧୯ର ଦୃଢ଼ ମୁକାବିଲା କରିବା ନିମନ୍ତେ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ମହାମାରୀର ମୁକାବିଲା ଦିଗରେ ଡାକ୍ତର ମାନଙ୍କର ଭୂମିକା ସର୍ବଗରିଷ୍ଠ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସରକାର ସମ୍ଭାବ୍ୟ କୋଭିଡ୍‌ ରୋଗୀ ଯେଉଁ ମାନଙ୍କ ଠାରେ ଜ୍ୱର, କାଶ, ଥଣ୍ଡା, ଶ୍ୱାସଜନିତ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଓ ସହାୟତା ଯୋଗାଇଦେବା ନିମନ୍ତେ ଏକ ଉତ୍ସର୍ଗୀକୃତ ନିଃଶୁକ୍ଳ ଟେଲିମେଡିସିନ୍‌ ସହାୟତା ନଂ-୧୪୪୧୦ ଆରମ୍ଭ କରିବାକୁ ଯାଉଛନ୍ତି । ଏଭଳି ଏକ ଅସାଧାରଣ ସମୟରେ ରୋଗୀମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବରେ ଏହି ଟେଲି ମେଡିସିନ୍‌ ସହାୟତା ସେବା ଯୋଗାଇଦେବାକୁ ଆଗେଇ ଆସିବା ପାଇଁ ରାଜ୍ୟ ତଥା ଦେଶର ଡାକ୍ତରମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥି ପାଇଁ ଉଦ୍ଦିଷ୍ଟ େୱବ୍‌ସାଇଟ୍‌ ରେ ପଞ୍ଜୀକରଣ କରିବାକୁ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଏହି ଡାକ୍ତରମାନଙ୍କ ତ୍ୟାଗ ପାଇଁ ସେମାନଙ୍କ ନିକଟରେ କୃତଜ୍ଞ ରହିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏ ପର୍ଯ୍ୟନ୍ତ ୩୦୦ରୁ ଊଦ୍ଧ୍ୱର୍ ଡାକ୍ତର ଏହି େୱବ୍‌ସାଇଟ୍‌ health.odisha.gov.in ଜରିଆରେ ପଞ୍ଜୀକରଣ କରିଛନ୍ତି । www.bit.iy/Indiatelemed

3 – ରାଜ୍ୟରେ ୫୬୯୭ ଶଯ୍ୟା ବିଶିଷ୍ଟ ୩୪ଟି ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍‌/ଆଇସୋଲେସନ୍‌ ସେଣ୍ଟର (ପୃଥକବାସ କେନ୍ଦ୍ର) ନିର୍ମାଣର ପରିକଳ୍ପନା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୭ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିିଟାଲ୍‌ କାର୍ଯ୍ୟକ୍ଷମ ହୋଇସାରିଛି ।

4 – ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଘରୁ ବାହାରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମୁହଁ ଏବଂ ନାକ ଆବୃତ୍ତ କରୁଥିବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ମାସ୍କ ପରିବର୍ତ୍ତେ ଦୁଇ ପରସ୍ତ ରୁମାଲ୍‌, ଗାମୁଛା ଏବଂ ଓଢ଼ଣୀକୁ ମଧ୍ୟ ମାସ୍କ ଭାବରେ ବ୍ୟବହାର କରାଯାଇପାରିବ । ସରକାରଙ୍କ ଏହି ଆଦେଶନାମା ଆସନ୍ତା ୯ ଅପ୍ରେଲ ୨୦୨୦ ସକାଳ ୭ଟାରୁ ଲାଗୁହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର େୱବ୍‌ସାଇଟ୍‌ health.odisha.gov.inରେ ଏ ସଂପର୍କିତ ମାର୍ଗଦର୍ଶିକା ଉପଲବ୍ଧ ଅଛି । www.bit.iy/Indiatelemed

5 – କୋଭିଡ୍‌-୧୯ ସଂକ୍ରମଣ ପ୍ରବଣ ଓ ପ୍ରତିରୋଧ ଜୋନ୍‌ଗୁଡ଼ିକର ଉପଯୁକ୍ତ ପରିଚାଳନା ଓ ତତ୍ତ୍ୱାବଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ସଶକ୍ତ କରିବା ନିମନ୍ତେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଗମରେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ କୋଭିଡ୍‌-୧୯ ସଂକ୍ରମଣ ପ୍ରବଣ ଅଞ୍ଚଳ ଓ ପ୍ରତିରୋଧ ଜୋନ୍‌ଗୁଡ଼ିକରେ ନାଗରିକ ସୁରକ୍ଷା, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁି୩୯; ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ପର୍ଯ୍ୟାପ୍ତ ବିଶୋଧନ କାର୍ଯ୍ୟର ପରିଚାଳନା ନିମନ୍ତେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

6 – ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୫୬,୯୨୬ ଅତିଥି ଶ୍ରମଜୀବୀଙ୍କୁ ୧୮୮୨ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛି । ଏହି ସବୁ ଅତିଥି ଶ୍ରମିକମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛି ।

7 – ଆଜି ରାଜ୍ୟର ୫୨୬୮ ଗ୍ରାମ ପଞ୍ଚାୟତରେ ୩,୨୫,୬୮୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୦୮ଟି ପୌରାଞ୍ଚଳରେ ୨୭,୦୫୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

8 – ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୬ରୁ ଅପ୍ରେଲ ୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୫ଟି ମାମଲା ଦାୟର କରାଯାଇଛି । ସେଥିରୁ ୨୨୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ, ୫ଟି ଗୁଜବ ସୃଷ୍ଟି ପାଇଁ ଓ ୯ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତ । ବିଭିନ୍ନ ଅଭିଯୋଗରେ ୩୬୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଞ୍ଜଫଞ୍ଚଟ୍ଟ;ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁି୩୯; ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା

9 – ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୨୧୨ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

10 – ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି ।

11 – କୋଭିଡ୍‌-୧୯ ପଜିଟିଭ୍‌ଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩୪ ଜଣ, ଭଦ୍ରକରୁ ୩ ଜଣ ଓ କଟକ, ପୁରୀ, କଳାହାଣ୍ଡି, କେନ୍ଦ୍ରାପଡ଼ା ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ ।

12 – ଆଜି ୮୬ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।

13 – ତବଲିଗି ଜମାତ୍‌ରୁ ଓଡ଼ିଶା ଫେରିଥିବା ୨୮ ଜଣ ସ୍ୱଇଚ୍ଛାରେ ନିଜର ତଥ୍ୟ ପ୍ରକାଶ କରିବା ପାଇଁ ଆଗେଇ ଆସିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ବର୍ତ୍ତମାନ ଆଉ ୪୨ ଜଣ ତଥ୍ୟ ପ୍ରକାଶ ପାଇଁ ଆଗେଇ ଆସିଛନ୍ତି । ଏ ସଂକ୍ରାନ୍ତରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ଆଜିଠୁ ହରିରାଜପୁର ପଞ୍ଚୁ୍‌ଦୋଳ ଆତସବାଜିରେ କମ୍ପିବ ମେଳଣ ପଡିଆ

March 10, 2026

March 9, 2026
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ଆଜିଠୁ ହରିରାଜପୁର ପଞ୍ଚୁ୍‌ଦୋଳ ଆତସବାଜିରେ କମ୍ପିବ ମେଳଣ ପଡିଆ

March 10, 2026
ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version