No Result
View All Result
ଓଡ଼ିଶା ତାଜାନ୍ୟୁଜ (୧୯ ଜୁଲାଇ ସୋମବାର) ରଣପୁର /ରିପୋର୍ଟ ଅଭିମନ୍ୟୁ :- ରଣପୁର ନିର୍ବାଚନ ମଣ୍ଡଳୀ ରଣପୁର ବ୍ଲକର ୪ ଟି ସ୍କୁଲ କୁ ସ୍ମାର୍ଟ ସ୍କୁଲ କରାଯିବା ପାଇଁ ଚୟନ କରାଯାଇଛି । ଏବେ ଦୁଇଟି ସ୍କୁଲ ପାଇଁ ଅର୍ଥରାଶି ଆଗତ ହୋଇଥିଲା ବେଳେ ଅନ୍ୟ ଦୁଇଟି ସ୍କୁଲ ପାଇଁ ଅର୍ଥ ଆଗତ ହୋଇନାହିଁ । ତେବେ ଡମ ସାହି ଓ ସୁର୍କାବାଡି ହାଇସ୍କୁଲ କୁ ଅର୍ଥ ରାଶି ଆଗତ କରଯାଇ ଦୃତ ଗତିରେ କାର୍ଯ୍ୟ ଆରମ୍ଭ କରାଯାଇଛି । ଯେଉଁଥିପାଇଁ ନୟାଗଡ଼ ଜିଲ୍ଲାପାଳ ଡ଼.ପୋମା ଟୁଡୁ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ଉକ୍ତ ବିଦ୍ୟାଳୟ କୁ 5T ଅଧୀନରେ ରୂପାନ୍ତରିତ ହୋଇ ସ୍ମାର୍ଟ ସ୍କୁଲ ରେ ପରିଣତ କରାଯିବା ପାଇଁ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ତେବେ ବିଦ୍ୟାଳୟ ରେ ସ୍ମାର୍ଟ କ୍ଲାସ ରୁମ୍ , କମ୍ପୁଟର କ୍ଲାସ ରୁମ୍ , ଲାଇବ୍ରେରୀ , କନଫ୍ରେନ୍ସ ହଲ , ଗାର୍ଡେନ , ବଟନୀକାଲ ଗାର୍ଡେନ , ପାର୍କ ,ବକୁଳବର୍ଣ୍ଣ , ପ୍ଲେ ଗ୍ରାଉଣ୍ଡ , ସାଇକେଲ ଷ୍ଟାଣ୍ଡ , ଟଏଲେଟ ଭଳି ପ୍ରକଳ୍ପ କାର୍ଯ୍ୟ ପାଇଁ ୬୫ ଲକ୍ଷ ଟଙ୍କାର ବ୍ୟୟ ରାଶି ଆଗତ ହୋଇଛି । ପ୍ରଥମେ ପଞ୍ଚାୟତ ରୁ ୨୦ ଲକ୍ଷ ଟଙ୍କା ର ବ୍ୟୟ ବରାଦ କରାଯିବା ପରେ ରାଜ୍ୟସରକାରଙ୍କ ଠାରୁ ୪୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି ।

ତେବେ ସ୍ମାର୍ଟ ସ୍କୁଲ ରେ ପରିଣତ କରିବା ପାଇଁ ଡମ ସାହି ଓ ସୁର୍କାବାଡି ହାଇସ୍କୁଲ ର ପ୍ରକଳ୍ପ ଗୁଡିକୁ ଯଥା ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଓ ବିଧାୟକ ଏହାର ସମୀକ୍ଷା କରିଛନ୍ତି । ଗତ ୧୭ ରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଙ୍କ ସହ

ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ତାଙ୍କ ସହିତ ଜିଲ୍ଲା ପ୍ରଶାସକ ତଥା ପିଡି, ଡିଆରଡିଏ, ବିଡିଓ , ପ୍ରଧାନଶିକ୍ଷକ , ଏସଏମସି ଏବଂ ଆଲୁମିନି ଇତ୍ୟାଦି ଯୋଗ ଦେଇଥିଲେ । ଏତଦବ୍ୟତୀତ ସ୍ମାର୍ଟ ସ୍କୁଲ ପାଇଁ ବିଦ୍ୟାଳୟ ର ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖି ବିଦ୍ୟାଳୟ ପରିଦର୍ଶନ କରାଯାଇଥିଲା ।
No Result
View All Result