No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) କଟକ :- ଆମ ଓଡ଼ିଶା ନବବର୍ଷ ମହୋତ୍ସବ କମିଟିର “ମହାମିଳନର ପର୍ବ”ର ପ୍ରଚେଷ୍ଟାରେ ଆମ ଓଡ଼ିଶାର ଝିଅ ଦୂତୀ ଚାନ୍ଦଙ୍କୁ ଆଶିର୍ବାଦ ନିମନ୍ତେ ଆନ୍ତର୍ଜାତିୟ କାର୍ଯ୍ୟକ୍ରମ “ବିଜୟିନୀ ଭବ ଉତ୍ସବ” ଭର୍ଚ୍ଯୁଆଲ ମିଟିଂ ମାଧ୍ୟମରେ ପାଳିତ ହୋଇଯାଇଅଛି । ଦୂତୀ ଚାନ୍ଦ ଆସନ୍ତା ଟୋକିଓ ଅଲମ୍ପିକରେ ଯୋଗ ଦେବାର ଅବ୍ଯବହିତ ପୂର୍ବରୁ ଅନୁଷ୍ଠାନର ସଭାପତି ନ୍ଯାୟମୂର୍ତ୍ତି ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ଯକ୍ରମ ପାଳିତ ହୋଇଅଛି ।
୧୮/୦୭/୨୦୨୧ ରବିବାର ଦିନ ସନ୍ଧ୍ୟା ୬ ଘଟିକା ସମୟରେ ରେଡ଼ିଓ ଚକଲ୍ଲେଟର ଆର.ଜେ ଶ୍ରୀଯୁକ୍ତ ନୀରଦ ଆର୍ଯ୍ୟଙ୍କ ଜଗନ୍ନାଥ ଶ୍ଳୋକରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅନୁଷ୍ଠାନ ପକ୍ଷରୁ ପ୍ରଣତି ଭୁୟାଁ ଏବଂ ଶିବାନୀ ରଣା ଦୂତୀଙ୍କୁ ବନ୍ଦାପନା କରିଥିଲେ । ଏହି ଆନ୍ତର୍ଜାତୀୟ ଭରଚ୍ଯୁଆଲ ମିଟିଙ୍ଗରେ ଭିଏତନାମର ରାଷ୍ଟ୍ରଦୂତ ଡକ୍ଟର ମଦନମୋହନ ସେଠୀ ଜାପାନ ଭାରତ ମୈତ୍ରୀ ସଂଘର ସଭାପତି ତଥା ଜାପାନର କ୍ଯୋଟୋରେ ଅବସ୍ଥିତ ପର୍ଯ୍ୟଟନ ଓ ସଂସ୍କୃତିର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ କୁନା ଦାଶ ଓ କୁଏତରେ ଅବସ୍ଥିତ ପ୍ରବାସୀ ଓଡ଼ିଆ ଶ୍ରୀଯୁକ୍ତ ଦୟାନିଧି ଜେନା , ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଶ୍ରୀଯୁକ୍ତ ସୁବାଷ ସାହୁ , ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରଶାନ୍ତ ସାମଲ ଏବଂ ଅଷ୍ଟ୍ରେଲିଆର ସିଡିନୀରୁ ଡକ୍ଟର ପ୍ରଭାତୀ ପାଣିଗ୍ରାହୀ ପ୍ରମୁଖ ଏହି “ବିଜୟିନୀ ଭବ ଉତ୍ସବ” କାର୍ଯ୍ୟକ୍ରମରେ ଯୋଗଦେଇ ଦୂତୀଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ ।
ଏହି ଭର୍ଚ୍ଯୁଆଲ ମିଟିଙ୍ଗ “ବିଜୟିନୀ ଭବ ଉତ୍ସବ”ରେ , ଉତ୍ତରାଖଣ୍ଡ ଓଡ଼ିଆ ସମାଜ ପକ୍ଷରୁ ଶ୍ରୀଯୁକ୍ତ ସୁଶାନ୍ତ ମହାନ୍ତି , ଦିଲ୍ଲୀରୁ ଦେବେନ୍ଦ୍ର ମାଝୀ , ପ୍ରବାସୀ ଓଡ଼ିଆ ପରିବାର ଦିଲ୍ଲୀ ପକ୍ଷରୁ ଡକ୍ଟର ପ୍ରକାଶ , ଶ୍ରୀଯୁକ୍ତ ପ୍ରବୋଧ ରାଉତ OAS , ହୃଦରୋଗ ବିଶେଷଜ୍ଞ ପ୍ରଫେସର ମନୋଜ ପଟ୍ଟନାୟକ , ବରଗଡ଼ କଂସମହାରାଜ ଶ୍ରୀଯୁକ୍ତ ଭୁବନେଶ୍ୱର ପ୍ରଧାନ , ଯାତ୍ରା ଜଗତରୁ ଶ୍ରୀଯୁକ୍ତ ଦୈତ୍ଯାରୀ ପଣ୍ଡା , ଦୂତୀ ଚାନ୍ଦଙ୍କ ପ୍ରଶିକ୍ଷକ ଶ୍ରୀଯୁକ୍ତ ଶିବ ମିଶ୍ର , ଶ୍ରୀଯୁକ୍ତ ଦେବେନ ରାୟ , ଶ୍ରୀଯୁକ୍ତ ସୂର୍ଯ୍ୟ ରଥ , ହାସନ ଆକବର ଅଲ୍ଲୀ , ଶ୍ରୀଯୁକ୍ତ ଭାଗବତ ସାହୁ , ଅଭିନେତା ଶ୍ରୀମାନ ସ୍ଵରାଜ ବାରିକ , ଅଭିନେତ୍ରୀ କୁମାରୀ ଉପାସନା ମହାନ୍ତି , ସନ୍ତୋଷୀ ମିଶ୍ର , ବରିଷ୍ଠ ଆନ୍ତର୍ଜାତିୟ କ୍ରୀଡ଼ାବିତ କେଶବ ମିଶ୍ର , ଆନ୍ତର୍ଜାତିୟ କ୍ରୀଡ଼ାବିତ ଶ୍ରୀମତୀ ପାର୍ବତୀ ସେଠୀ , ଜାତୀୟ କ୍ରୀଡ଼ାବିତ ନମିତା ପ୍ରଧାନ ,
ଜାତୀୟ କ୍ରୀଡ଼ାବିତ ଶ୍ରୀ ଦିବାକର ଗୋଛାୟତ , ଜୟ ନାରାୟଣ ସିଂହ ଜିତେନ୍ଦ୍ର ଗୌର , ବାମଦେବ ବରାଳ , ରମାକାନ୍ତ ଦାସ , ପ୍ରମୋଦ ପଟ୍ଟନାୟକ , ମନୋଜ ପତି , ସୁବ୍ରତ ମାହାନୀ , ମାନସ ରଞ୍ଜନ ପରିଡ଼ା, ବିଶ୍ବ ଓଡ଼ିଆ ସମ୍ମିଳନୀର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇ ଦୂତୀଙ୍କୁ ଆଶିର୍ବାଦ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁକାନ୍ତ ମହାନ୍ତି । ସର୍ବଶେଷରେ ଗୌତମ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result