No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁଲାଇ ରବିବାର)ବାଙ୍କୀ :-ଜାତୀୟ ମେଧା ଅନ୍ୱେଷଣ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ମଦର୍ସ ପବ୍ଲିକ୍ ସ୍ମୁଲର ଏକାଦଶ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ରୋହନ କୁମାର ଜେନା କୃତିତ୍ୱର ସହ ଉତ୍ତିର୍ଣ୍ଣ ହୋଇ ଜାତୀୟ ମେଧା ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜାତୀୟ ମେଧା ଅନ୍ୱେଷଣ ପ୍ରଥମ ରାଜ୍ୟ ସ୍ତରୀୟ ପରୀକ୍ଷା ୨୦୧୯ନମ୍ଭେମ୍ବର ୩ତାରିଖରେ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ଯୋଗୁଁ ଏହାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୨୦୨୦ମସିହାରେ ଅନୁଷ୍ଠିତ ନହୋଇ
୨୦୨୧ମସିହାରେ ଅନୁଷ୍ଠିତ ହୋଇଥିଲା । ଯାହାର ପରୀକ୍ଷା ଫଳ ତା.୧୬.୦୭.୨୧ରେ ପ୍ରକାଶ ପାଇଛି । ଏଥିରେ ରୋହନ କୁମାର ଜେନା କୃତିତ୍ୱ ହାସଲ କରିଛନ୍ତି । ରୋହନ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଓ ସମାଜସେବୀ ହେମାଙ୍ଗିନୀ ବେଉରାଙ୍କ ଜ୍ୟେଷ୍ଠପୁତ୍ର ଅଟନ୍ତି।ଏଥିସହ ମେଧାବୀ ରୋହନ ବାଙ୍କୀ ନିବାସୀ ଶିକ୍ଷାବିତ ସ୍ୱର୍ଗତ ବନମାଳୀ ବେଉରାଙ୍କ ନାତି ଅଟନ୍ତି । ମେଧାବୀ ରୋହନ ମଧ୍ୟ ଉକ୍ତ ବିଦ୍ୟାଳୟରେ ୨୦୨୦ବର୍ଷରେ ୧୦ମ ଶ୍ରେଣୀରେ ୯୮.୦୪ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ । ରୋହନଙ୍କ କୃତିତ୍ୱ ଯୋଗୁଁ ବାଙ୍କୀର ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
No Result
View All Result