No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁଲାଇ ରବିବାର)ବାଙ୍କୀ :-ଆଜି ବାଙ୍କୀ ବିଧାୟକ ତଥା ବିଜେଡି ରାଜ୍ୟ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବାଙ୍କୀ ବ୍ଲକ ବୈଦେଶ୍ୱର ଗ୍ରାମ ରେ ପୁରାଣ ପ୍ରସିଦ୍ଧ ବୈଦନାଥ ଦେବ ଙ୍କ ବିଶ୍ୱ ଶାନ୍ତି ଯଜ୍ଞ ର ପୂର୍ଣ୍ଣାହୁତି ଅବସରରେ ଯୋଗଦାନ କରିଥିଲେ।ପୂର୍ଣ୍ଣାହୁତି ରେ ବିଧାୟକ ଶ୍ରୀ ତ୍ରିପାଠୀ ଯୋଗ ଦେଇ ବାଙ୍କୀ ବାସୀ ଙ୍କ ଉନ୍ନତି ଓ ବିଶ୍ୱ ରୁ କରୋନା ମୁକ୍ତ ପାଇଁ ପ୍ରଭୁ ଙ୍କ ପାଖରେ ପ୍ରାର୍ଥନା କରିଥିଲେ।ବୈଦନାଥ ମନ୍ଦିର ର ପ୍ରାଙ୍ଗଣ ର ଉନ୍ନତି ପାଇଁ ସ୍ଥାନୀୟ ବୁଦ୍ଧି ଜୀବୀ ଙ୍କ ସହ ଆଲୋଚନା କରି ମହାନଦୀ ରେ
ନିର୍ମାଣ ହୋଇଥିବା ସେତୁ ର କାର୍ଯ୍ୟ ସମାପ୍ତି ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ।ଖୁବ ଶୀଘ୍ର ବାଙ୍କୀ ରୁ ବୈଦେଶ୍ୱର ରାସ୍ତା ର ନିର୍ମାଣ କରାଯିବ ତାହାର ଟେଣ୍ଡର ହୋଇଛି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ ।ବୈଦେଶ୍ୱର ଅଞ୍ଚଳର ବରିଷ୍ଠ ବିଜେଡି ନେତା ସୁରଞ୍ଜନ ପଣ୍ଡା,କବି ରବି ନାରାୟଣ ମଙ୍ଗରାଜ ଙ୍କ ସମିତ ବହୁ ବୁଦ୍ଧି ଜୀବୀ କୋଭିଡ କଟକଣା ରେ ଅଞ୍ଚଳର ଉନ୍ନତି ସମ୍ପର୍କରେ ବିଧାୟକ ଙ୍କ ସହ ଆଲୋଚନା କରିଥିଲେ।
No Result
View All Result