No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁଲାଇ ରବିବାର) ବାଙ୍କୀ:- କରୋନା ଗୋଷ୍ଠୀ ସଂକ୍ରମଣ କୁ ରୋକ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନ ଓ ସଟ ଡାଉନ ଆଇନ ଜାରି କରିଛନ୍ତି।ରାଜ୍ୟ ରେ ବିଭିନ୍ନ ମନ୍ଦିର ଓ ମଠ ରେ ବିଧି ଅନୁସାରେ ସେବାୟତ ଙ୍କ ଦ୍ଵାରା ନୀତି କାନ୍ତି ଅନୁଷ୍ଠିତ ହେଉଛି।କରୋନା ମହାମାରୀ ସମଗ୍ର ରାଜ୍ୟ ରୁ ଦୂରେଇବା ପାଇଁ ବିଭିନ୍ନ ମନ୍ଦିର ଓ ମଠ ରେ ସେବାୟତ ଓ ଅଳ୍ପ ସଂଖ୍ୟକ ଭକ୍ତ ଙ୍କ ଦ୍ଵାରା ଭାଗବତ ପାରାୟଣ ଓ ନାମ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ କେଉଁଠି କେଉଁଠି ବିଶ୍ୱ ଶାନ୍ତି ମହାଯଜ୍ଞ ହେଉଛି।ରାଜ୍ୟ ର ସବୁଆଡେ କରୋନା ମୁକ୍ତି ପାଇଁ ଭଗବାନ ଙ୍କ କୃପା ଭିକ୍ଷା କରୁଛନ୍ତି।ବାଙ୍କୀ ବ୍ଲକ ର ପତନି ଠାରେ ରଘୁନାଥ ମନ୍ଦିର ରେ ଆଧ୍ୟାତ୍ମିକ ବତାବରଣ ସେବାୟତ ଓ ଦୁଇତିନି ଜଣ ଭକ୍ତ ଙ୍କ ଦ୍ୱାରା ଭାଗବତ ପାରାୟଣ ରାଜ୍ୟ ତଥା ଗ୍ରାମର ଉନ୍ନତି ପାଇଁ ଏବଂ ଗ୍ରାମରୁ କରୋନା ମୁକ୍ତ ପାଇଁ ସନ୍ଧ୍ୟାରେ କୋଭିଡ କଟକଣା ରେ ଭଗବତ ପାଠ, ନାମ ସଂକୀର୍ତ୍ତନ
କରୁଛନ୍ତି।ଗ୍ରାମ ଟି ବହୁ ପୁରାତନ ଆଧ୍ୟାତ୍ମିକ ବତାବରଣ ର ବହୁ ବର୍ଷ ରୁ ଏଠାରେ ରାମ ନୀଳା ପ୍ରତି ବର୍ଷ ଅନୁଷ୍ଠିତ ହୋଇଥାଏ।ରଘୁନାଥ ଗ୍ରାମ ର ଇଷ୍ଟ ଠାକୁର।ଗ୍ରାମ ର କିଛି ଖଳ ପ୍ରକୃତି ର ଲୋକେ ଗ୍ରାମ ରେ ବିଶୃଙ୍ଖଳା କରିବା ପାଇଁ ଗ୍ରାମ ମନ୍ଦିର ରେ କୋଭିଡ କଟକଣା ରେ ଅନୁଷ୍ଠିତ ହେଉଥିବା ଭଗବତ ପାଠ, ନାମ ସଂକୀର୍ତ୍ତନ କୁ ବିରୋଧ କରି ବିଭିନ୍ନ ସମୟରେ ପୋଲିସ କୁ ଖବର ଦେବା ସହ ବିଭିନ୍ନ ସୋସିଆଲ ମିଡ଼ିଆ ଓ ଗଣ ମାଧ୍ୟମରେ ଭାଇରାଳ ମନ୍ଦ ଉଦ୍ଦେଶ୍ୟ ରେ କରୁଛନ୍ତି।ପୋଲିସ ବି ବାରମ୍ବାର ଉକ୍ତ ସ୍ଥାନକୁ ଯାଇ କୋଭିଡ ନିୟମ ରେ ବିଧି ରେ ଭଗବତ ପାଠ, ନାମ ସଂକୀର୍ତ୍ତନ ହେଉଥିବା ଦେଖି ଫେରି ଆସୁଛି।ମାତ୍ର ପ୍ରତ୍ୟେକ ଦିନ ଖଳ ପ୍ରକୃତି ର କିଛ ବ୍ୟକ୍ତି ମାନେ ଉପରିସ୍ଥ ପୋଲିସ ଅଫିସର କୁ ବାରମ୍ବାର ଫୋନ କରି ମନ୍ଦିର ରେ କୋଭିଡ ନିୟମ ଭଙ୍ଗ ହେଉଛି ବୋଲି ଅଭିଯୋଗ କରିବା ପରେ ଘଟଣା ସ୍ଥଳ କୁ ପୋଲିସକୁ ଆସିବାକୁ ବାଧ୍ୟ କରୁଛନ୍ତି ବୋଲି ବୈଦେଶ୍ୱର
ଅଞ୍ଚଳର ଓ ପତନୀ ଅଞ୍ଚଳର ବହୁ ବୁଦ୍ଧି ଜୀବୀ ପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ବୈଦେଶ୍ୱର ଥାନା ଓଆସି ବସନ୍ତ କୁମାର ଶତପଥୀ ଙ୍କୁ ପଚାରିବାରୁ ସେ କହିଲେ ଆମ କୁ ବାରମ୍ବାର ପ୍ରତ୍ୟେକ ଦିନ ସେହି ଗ୍ରାମର କିଛି ନିଧିଷ୍ଟ ବ୍ୟକ୍ତି ଫୋନ କରି ଅଭିଯୋଗ କରୁଛନ୍ତି ଓ ଆମ ଉପର ପୋଲିସ ଅଫିସର ଙ୍କୁ ମଧ୍ୟ ଫୋନ କରୁଛନ୍ତି ଆମେ ପ୍ରତ୍ୟେକ ଦିନ ଘଟଣା ସ୍ଥଳ କୁ ଯାଉଛୁ ଦେଖୁଛୁ ୪ରୁ ୫ ଜଣ ସେବାୟତ ଓ ଭକ୍ତ କୋଭିଡ କଟକଣା ରେ ମନ୍ଦିର ରେ ନାମ ଓ ଭାଗବତ କରୁଛନ୍ତି ।ଆମେ ସେଠାରେ ୨ଜଣ ହାବିଲଦାର ଙ୍କୁ ନିୟୋଜିତ କରୁଛୁ ଓ ଉକ୍ତ ମନ୍ଦିର ପାଖ ସି ସି ଟିଭି କ୍ୟାମେରା ରେ ବି ଆମେ ନଜର ରଖୁଛୁ ବୋଲି ବୈଦେଶ୍ୱର ଥାନା ଓଆସି ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।ଉକ୍ତ ଗ୍ରାମର କିଛି ବରିଷ୍ଠ ବ୍ୟକ୍ତି ସରକାର ଙ୍କୁ ଅଭିଯୋଗ କରିଛନ୍ତି ଯେ ଯେଉଁମାନେ ଗ୍ରାମ ର ମନ୍ଦିର ରେବିଧି ଅନୁଯାଇ ପୂଜା କୁ ବିରୋଧ କରି ପୋଲିସ କୁ ମିଛ ଅଭିଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ ହେବା ସହ ସେମାନଙ୍କୁ ଉପଯୁକ୍ତ ଶାସ୍ତି ପ୍ରଦାନ କରାଯାଉ।
No Result
View All Result