No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର) ପାଟଣାଗଡ଼ :- ହରିଶଙ୍କର ଗ୍ରାମର ଚାନ୍ଦିନୀ ପ୍ରଧାନୀ ଯାହାର ବୟସ ୮ ବର୍ଷ ଅଟେ ।ମଳଦ୍ୱାରରେ ଅସୁବିଧା ଥିବାରୁ ସେ ପେଟ ପଟେ ତିଆରି କରାହୋଇଥିବା ରାସ୍ତା ପଟେ ଅଳତ୍ୟାଗ କରିଥାଏ ।ତାର ଚିକତ୍ସା ପାଇଁ ସମସ୍ତେ ଚେଷ୍ଟା କଲେଣି କିନ୍ତୁ ଦୁଃଖର ବିଷୟ ସେ ନିରାଶ ।ଖପ୍ରାଖୋଲ ଡାକ୍ତରୀ ଟିମ ଏବଂ ବଲାଙ୍ଗୀର ସିଡିଏମଓ ଙ୍କ ଚେଷ୍ଟା ଦ୍ୱାରା ତାଙ୍କୁ ଅପରେସନ ପାଇଁ ଶିଶୁଭବନ କଟକ କୁ ନିଆଯାଇଥିଲା ।ସେଠାରେ ସେମାନେ ଦୀର୍ଘ ୨୨ ଦିନ ରହିବା ପରେ ନିରାଶ ହୋଇ ଫେରିଆସିଛନ୍ତି ।ତାଙ୍କୁ ସେଠାରେ ଡାକ୍ତର ମାନେ ଦୁର୍ବ୍ୟବହାର କରି ଥିବା କଥା ରୋଗୀଙ୍କ ମା ପ୍ରକାଶ କରିଛନ୍ତି ।ଏପରିକି ସେଠାରେ ଏମାନଙ୍କୁ ନାନା ପ୍ରକାରର ଭୟ ଦେଖାଇ ଘରକୁ ପଠେଇ ଦେଇଥିବାକଥା ସେ ଆମ ପାଖରେ ପ୍ରକାସ କେଇଛନ୍ତି ।

ଏ ଖବର ପାଇଲା ପରେ ଆମେ ଖପ୍ରାଖୋଲ ଡାକ୍ତରୀ ଦଳ ସହିତ ତାଙ୍କ ଘରକୁ ଯାଇଥିଲୁ ।ଅଳ୍ପ ଦିନ ଭିତରେ ପ୍ରଶାସନ ତରଫରୁ ତାଙ୍କୁ ପୁଣି ଥରେ ଶିଶୁଭବନ କୁ ପଠାଯିବ ଏବଂ ସେବା ଚେରି ଟେବୁଲ୍ ଟ୍ରଷ୍ଟ ର ସଦସ୍ୟ ମଧ୍ୟ ତାଙ୍କ ସହିତ ଯାଇ ତାଙ୍କର ଅପରେସନ କରିସାରିବା ପରେ ଫେରିବେ । ଜିଲା ପ୍ରଶାସନ ର ସହଯୋଗ ପରେ ମଧ୍ୟ କଟକ ଶିଶୁଭବନ ରେ ଡାକ୍ତର ମାନେ ତାଙ୍କୁ ହଇରାଣ କରିବା କେଉଁଠି ନ କେଉଁଠି ପଶ୍ଚିମ ଓଡିଶା କୁ ଅବହେଳା କରୁଥିବାର ଆଉ ଏକ ଉଦାହରଣ ସୃଷ୍ଟି କରୁଛି ।(ଗୋରେଖନାଥ ବରିହା )
No Result
View All Result